ରେଳ କର୍ମଚାରୀ ଓ ପ୍ରଶାସନ ମଧ୍ୟରେ ସିଙ୍ଗଲ୍ ୱିଣ୍ଡୋ ଯୋଗାଯୋଗ ବ୍ୟବସ୍ଥା

ଆରପିଏଫ୍‌ ପକ୍ଷରୁ ଜାତୀୟ ପୁଲିସ ସ୍ମୃତି ଦିବସ

ଭୁବନେଶ୍ବର : ପୂର୍ବତଟ ରେଳପଥର କର୍ମଚାରୀମାନେ ମୋବାଇଲ୍ ଆପ୍ ମାଧ୍ୟମରେ ସେମାନଙ୍କ ସେବା ସହ ଜଡ଼ିତ ତଥ୍ୟ ଓ ନଥିପତ୍ରଗୁଡ଼ିକ ଦେଖିପାରିବେ। ଆବଶ୍ୟକ ହେଲେ କୌଣସି ପରିବର୍ତ୍ତନ ପାଇଁ ପ୍ରଶାସନ ସହ ଏହାଦ୍ୱାରା ଯୋଗାଯୋଗ କରିପାରିବେ। ଏହି ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ରେଳବାଇ କର୍ମଚାରୀମାନେ ଯୋଗ ଦେବା ତାରିଖରୁ ସେମାନଙ୍କର ସେବା ଇତିହାସ ତଥ୍ୟ ଦେଖିବା ସହ ବେତନ ବୃଦ୍ଧି, ପଦୋନ୍ନତି, ପୁରସ୍କାର, ସ୍ଥାନାନ୍ତର, ନୂତନ ପଦରେ ଯୋଗଦେବା, ଛୁଟି, ତାଲିମ ଓ ରେକର୍ଡ ଅନୁଯାୟୀ ପରିବାର ଗଠନ, ଅବସରକାଳୀନ ସୁବିଧା ପାଇଁ ପରିବାର ସଭ୍ୟ ଚୟନ ଇତ୍ୟାଦି ଦେଖିପାରିବେ। ଏଥିସହ ଏହାର ସଂଶୋଧନ କରିବା ପାଇଁ ଯୋଗାଯୋଗ କରିପାରିବେ। ଏହି ପ୍ରୟୋଗ ରେଳ କର୍ମଚାରୀ ଓ ପ୍ରଶାସନ ମଧ୍ୟରେ ଯୋଗାଯୋଗ ପାଇଁ ଏକକ ୱିଣ୍ଡୋ ବ୍ୟବସ୍ଥା ହୋଇପାରିବ।

ପୂର୍ବତଟ ରେଳପଥର କର୍ମଚାରୀଙ୍କ ସେବା ରେକର୍ଡ ସହିତ ଜଡ଼ିତ ତଥ୍ୟର ଅନ୍ତର୍ଭୁକ୍ତ କରାଇବା ଓ ଏହାର ବୈଧତାର ଏକ ବିସ୍ତୃତ ବ୍ୟାଖ୍ୟାୟନ କରାଯାଇପାରିବ। ରେଳ କର୍ମଚାରୀଙ୍କର ପ୍ରାୟ ୯୫% ସେବା ତଥ୍ୟ ଏବେ ସୁଦ୍ଧା ଏହି ମଡ୍ୟୁଲରେ ଅନ୍ତର୍ଭୁକ୍ତ କରାଯାଇଛି। କର୍ମଚାରୀଙ୍କର ପ୍ରୋଫାଇଲ୍ ଓ ସେମାନଙ୍କର ସେବା ରେକର୍ଡର ସ୍କାନ୍ ହୋଇଥିବା କପିଗୁଡ଼ିକର ସୂଚନା ବ୍ୟତୀତ କର୍ମଚାରୀମାନେ ଇ-ଏପିଆର୍‌(ବାର୍ଷିକ ପ୍ରଦର୍ଶନ ମୂଲ୍ୟାଙ୍କନ ରିପୋର୍ଟ) ମଧ୍ୟ ଦେଖିପାରିବେ, ଯାହାକି ନିକଟରେ କାର୍ଯ୍ୟକାରୀ ହୋଇଛି। ଏହି ଆପ୍ ଗୁଗୁଲ୍ ପ୍ଲେ’ ଷ୍ଟୋର୍‌ରେ ଉପଲବ୍ଧ। ଭାରତୀୟ ରେଳବାଇ କର୍ମଚାରୀଙ୍କ ପାଇଁ ଉପଲବ୍ଧ ଏଚ୍‌ଆର୍‌ଏମ୍‌ଏସ୍‌ ମୋବାଇଲ୍ ଆପ୍ ଦ୍ୱାରା ବ୍ୟବହାର କରିହେବ। ରେକର୍ଡଗୁଡ଼ିକ ଅନ୍ତର୍ଭୁକ୍ତ କରାଇବାକୁ କର୍ମଚାରୀମାନେ ସେମାନଙ୍କ ଆଇପିଏଏସ୍‌ ନମ୍ବର କିମ୍ବା ପ୍ରୋଭିଡେଣ୍ଟ ଫଣ୍ଡ୍‌ ନମ୍ବର ପଞ୍ଜୀକରଣ କରିବା ଆବଶ୍ୟକ। ଏହାକୁ କାର୍ଯ୍ୟକାରୀ କରାଇବା ପାଇଁ ଏକ ଓଟିପି ନମ୍ବର ରେଳ ରେକର୍ଡରେ ଉପଲବ୍ଧ ଥିବା କର୍ମଚାରୀଙ୍କ ମୋବାଇଲ୍ ନମ୍ବରକୁ ପଠାଯିବ। ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ କର୍ମଚାରୀ ନିଶ୍ଚିତ ଭାବେ ଓଟିପି ନମ୍ବରକୁ ଅନ୍ତର୍ଭୁକ୍ତ କରାଇବେ। ଯଦି କର୍ମଚାରୀଙ୍କ ମୋବାଇଲ୍ ନମ୍ବର ଉପଲବ୍ଧ ନାହିଁ, ତେବେ କର୍ମଚାରୀମାନେ ପୂର୍ବତଟ ରେଳପଥର ସମ୍ପୃକ୍ତ କାର୍ମିକ ବିଭାଗ ସହ ଯୋଗଯୋଗ କରିପାରିବେ।

ଆରପିଏଫ୍‌ ପକ୍ଷରୁ ଜାତୀୟ ପୁଲିସ ସ୍ମୃତି ଦିବସ

ଭୁବନେଶ୍ବର : ରେଲୱେ ସୁରକ୍ଷା ବଳ(ଆରପିଏଫ୍) ଅଧିକାରୀ ଓ ଖୋର୍ଦ୍ଧା ରୋଡ ମଣ୍ଡଳର କର୍ମଚାରୀମାନେ ଖୋର୍ଦ୍ଧା ରୋଡ ଆରପିଏଫ୍ ରିଜର୍ଭ କମ୍ପାନି ଗ୍ରାଉଣ୍ଡରେ ଜାତୀୟ ପୁଲିସ୍ ସ୍ମୃତି ଦିବସ ପାଳନ କରିଛନ୍ତି। ୧୯୫୯ରେ ପ୍ରାଣ ହରାଇଥିବା ୧୦ ଜଣ ପୁଲିସଙ୍କ ବଳିଦାନ ତଥା ସ୍ମୃତିଚାରଣ କରାଯାଇଥିଲା। ଏହି ଅବସରରେ ପୂର୍ବତଟ ରେଳବାଇର ଇନ୍ସପେକ୍ଟର ଜେନେରାଲ୍(ଆଇଜି) କମ ପ୍ରିନ୍ସିପାଲ୍ ମୁଖ୍ୟ ସୁରକ୍ଷା କମିସନର(ଆରପିଏଫ୍) ରାଜା ରାମ, ଖୋର୍ଦ୍ଧାରୋଡ ମଣ୍ଡଳ ସୁରକ୍ଷା କମିସନର ଏମ ସାମ୍ବାସିଭା ରାଓଙ୍କ ସମେତ ଅନ୍ୟ ବରିଷ୍ଠ ଆରପିଏଫ୍ ଅଧିକାରୀ ଓ କର୍ମଚାରୀମାନେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ରାଜାରାମ କହିଛନ୍ତି ଯେ ପୁଲିସ୍ କର୍ମଚାରୀଙ୍କ ବଳିଦାନ ଓ ସେବା ସର୍ବଦା ସ୍ମରଣୀୟ ହୋଇ ରହିବ। ଏହି ଦିନଟି ଆମ ପୁଲିସ କର୍ମଚାରୀ ଓ ସେମାନଙ୍କ ପରିବାରକୁ କୃତଜ୍ଞତା ଜଣାଇବା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ।

ସମ୍ବନ୍ଧିତ ଖବର