ଶିରୁଳି ମହାବୀର ମନ୍ଦିର ବିବାଦ: ଏକତ୍ର କାମ କରିବେ ୨୬ ନିଯୋଗ

ଶିରୁଳି ମହାବୀର ମନ୍ଦିର ବିବାଦ: ଏକତ୍ର କାମ କରିବେ ୨୬ ନିଯୋଗ

Twitter

ପୁରୀ : ବହୁଦିନରୁ ଲାଗି ରହିଥିବା ପ୍ରସିଦ୍ଧ ଶିରୁଳି ମହାବୀର ମନ୍ଦିର ବିବାଦର ଶେଷରେ ସମାଧାନ ହୋଇଛି। ପୂର୍ବ ବିବାଦକୁ ଭୁଲି ୨୬ ନି‌ଯୋଗ ଏକତ୍ର କାମ କରିବାକୁ ସହମତି ପ୍ରକାଶ କରିଥିବା ପ୍ରେସ୍‌ ବିବୃତ୍ତିରେ ଜିଲ୍ଲା ପ୍ରଶାସନ କହିଛି। ବହୁଦିନରୁ ଶିରୁଳି ମହାବୀର ମନ୍ଦିରରେ ସେବାପୂଜା ଓ ପାଳି ଖଟିବାକୁ ନେଇ ୨୬ ନିଯୋଗ ଭିତରେ ବିବାଦ ଲାଗି ରହିଥିଲା। ଯେଉଁଥିପାଇଁ ବାରମ୍ବାର ନୀତିକାନ୍ତି ପ୍ରଭାବିତ ହେବା ସହ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହେଉଥିଲେ। ଶେଷଥର ପବିତ୍ର ଦୋଳପୂର୍ଣ୍ଣିମାରେ ସେବାପୂଜାକୁ ନେଇ ବିବାଦ ଦେଖାଦେବାରୁ ପ୍ରଭୁ ଶିରୁଳି ମହାବୀର ଅପରାହ୍ଣ ସାଢ଼େ ୨ଟା ପର୍ଯ୍ୟନ୍ତ ଉପବାସରେ ରହିଥିଲେ। ମନ୍ଦିରରେ ଦ୍ବାରଫିଟା ହୋଇନଥିଲା କି କୌଣସି ନୀତିକାନ୍ତି ଅନୁଷ୍ଠିତ ହୋଇନଥିଲା। ସକାଳୁ ମନ୍ଦିରର ମୁଖ୍ୟ ଫାଟକରେ ତାଲା ଝୁଲିଥିଲା।

ପରେ ଉପଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିବା ସହ ସମନ୍ବୟ ବୈଠକ ଡାକିବାକୁ ନିଷ୍ପତ୍ତି ପରେ ମନ୍ଦିର ନୀତିକାନ୍ତି ଆରମ୍ଭ ହୋଇଥିଲା। ପ୍ରତିଶ୍ରୁତିକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିରୁଳି ମହାବୀର ମନ୍ଦିରର ୨୬ ନିଯୋଗଙ୍କ ଉପସ୍ଥିତିରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପଜିଲ୍ଲାପାଳ ଶ୍ରୀ ସାହୁ, ଦେବୋତ୍ତର ବିଭାଗ ଡେପୁଟି କମିସନର୍‌, ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପୁଲିସ ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ, ସଦର ତହସିଲଦାର କ୍ଷୀରୋଦ କୁମାର ବେହେରା, ଚନ୍ଦନପୁର ଆଇଆଇସି ସୁମତୀ ମହାନ୍ତି, ୨୬ ନିଯୋଗର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ବିବାଦ ସଂପର୍କରେ ବିସ୍ତୃତ ଆଲୋଚନା ପରେ ସର୍ବସମ୍ମତକ୍ରମେ ପୂର୍ବ ବିବାଦକୁ ଭୁଲି ପ୍ରତ୍ୟେକ ଏକ ହୋଇ ମହାବୀରଙ୍କ କାର୍ଯ୍ୟରେ ସହଯୋଗ କରିବେ ନିଷ୍ପତ୍ତି ହୋଇଛି। ଗାଁରେ ଯେଉଁ ବିବାଦ ରହିଛି, ତାହା ଆଲୋଚନା ମାଧ୍ୟମରେ ସମାଧାନ ହେବ ଓ ପୂର୍ବ ପରି ଭାଇଚାରା ବଜାୟ ରଖିବାକୁ ସମସ୍ତେ ସହମତି ପ୍ରକାଶ କରିଥିବା ପ୍ରଶାସନ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe