ସାମ୍ବାଦିକଙ୍କୁ ସବ ଇନ୍ସପେକ୍ଟରଙ୍କ ଦୁର୍ବ୍ୟବହାର ନେଇ ଏସପିଙ୍କୁ ଦାବିପତ୍ର

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ଟାଉନ ଥାନାର ସବ ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାର ଗତ ୧୯.୦୫.୨୦୨୧ ରାତିରେ ଜଣେ କାର୍ଯ୍ୟରତ ୱେବ ମିଡ଼ିଆର ସାମ୍ବାଦିକଙ୍କୁ ଗାଳିଗୁଲଜ କରିବା ସହ ସମସ୍ତ ସାମ୍ବାଦିକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ | ଏହା ସହ ମାଡ ମାରିବା ନେଇ ଧମକ ମଧ୍ୟ ଦେଇଥିଲେ, ଯାହାର ଅଡିଓ ଭାଇରାଲ ହେବା ପରେ ସାମ୍ବାଦିକ ପେଷା ଓ କାର୍ଯ୍ୟ ଦକ୍ଷତାକୁ ନେଇ ଏବେ ସଙ୍କଟ ସୃଷ୍ଟି ହୋଇଛି।

ରାଜ୍ୟ ସରକାର ସମ୍ମୁଖ ଯୋଦ୍ଧା ଘୋଷଣା କରିଥିବା ବେଳେ ଜଣେ ପୁଲିସ ଅଧିକାରୀ ଏଭଳି କହିବାକୁ ନେଇ ଉତ୍କଳ ସାମ୍ବାଦିକ ସଂଘ, କନ୍ଧମାଳ ଜିଲ୍ଲା ପକ୍ଷରୁ ଏହାକୁ ଘୋର ନିନ୍ଦା କରାଯାଇଛି | ଏହା ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରି ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାଶଙ୍କ ସଭାପତିତ୍ବରେ ବାଲିଗୁଡ଼ା ଏସ ଡି ପି ପି ଓ ମନୋଜ ପୂଜାରୀଙ୍କ ଜରିଆରେ କନ୍ଧମାଳ ଏସପିଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଯଦି ଏସପି କୌଣସି କାର୍ଯ୍ୟାନୁଷ୍ଠାନ ନନିଅନ୍ତି ତେବେ ସଂଘ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ବୋଲି ସଭାପତି ଶ୍ରୀ ଦାସ କହିଛନ୍ତି। ଦାବି ପ୍ରଦାନ ବେଳେ ବରିଷ୍ଠ ସାମ୍ବାଦିକ ମନୋରଂଜନ ରାୟ, ସଞ୍ଜୟ ପାଣିଗ୍ରାହୀ, ପବିତ୍ର ଦିଗାଲ, ସତ୍ୟ ନାରାୟଣ ପଣ୍ଡା ଓ ଧର୍ମ ପଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର