ଜମିଜମା ବିବାଦ ନେଇ ଦେଢ଼ଶୁର ଓ ପୁତୁରାଙ୍କ ଆକ୍ରମଣରେ ଭାଇବୋହୂ ଆହତ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାନ୍ଦପୁର ପଂଚାୟତ ନାନ୍ଦପୁର ଗାଁରେ ଜମିଜମା ବିବାଦକୁ ନେଇ ଉଗ୍ର ରୂପ ଦେଖିବାକୁ ମିଳିଛି। ନାନ୍ଦପୁର ଗାଁର ବୁଧୁରାମ ବେହେରାଙ୍କ ସ୍ତ୍ରୀ ଆରତୀ ବେହେରାଙ୍କୁ ତାଙ୍କ ବଡ଼ ଭାଇ ଶିବ ବେହେରା ଓ ତାଙ୍କୁ ପୁଅ ଶୁଶାନ୍ତ ବେହେରା ଲୁହାରଡ଼ ଓ ଠେଙ୍ଗାରେ ଗାଁ ରାସ୍ତାରେ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ। ଗ୍ରାମବାସୀଙ୍କ ସହାୟତାରେ ଆରତୀ ଉଦ୍ଧାର ହେବା ପରେ ରକ୍ତାତ ଅବସ୍ଥାରେ ପ୍ରଥମେ ଆରଡ଼ି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ବୁଧୁରାମ ବେହେରା ଆରଡ଼ି ଫାଣ୍ଡି ପରେ ଧୁସୁରୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର