ବ୍ରହ୍ମପୁର: ପବିତ୍ର ରାଖୀ ପୂର୍ଣ୍ଣିମାରେ ଭାଇ ହାତରେ ଉଉଣୀ ରାକ୍ଷୀ ବାନ୍ଧି ତା’ ମଙ୍ଗଳ ମନାସି ଥାଏ। ଭାଇ ମଧ୍ୟ ଭଉଣୀକୁ ସୁରକ୍ଷା ଦେବା ପାଇଁ ଶପଥ କରେ। କିନ୍ତୁ ଆଜି ଭଳି ଦିନରେ ଜଣେ ଭାଇ ଭଉଣୀର ଜୀବନ ନେଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ।
ସୂଚନା ଅନୁସାରେ ବଡ଼ବଜାର ଥାନା ଅଞ୍ଚଳରେ ଜଣେ ସମ୍ପର୍କୀୟ ଭାଇର ଛୁରାମାଡରେ ୧୩ ବର୍ଷୀୟା ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଭାଇ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ଘଟଣାରେ କାରଣ ଜଣାପଡିନାହିଁ। ଗୁରୁତର ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/217274fe-c83d-4cc4-9966-1066f40f597e.jpeg)