ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ୍‌; ଭଉଣୀ ମୃତ, ଭାଇ ଗୁରୁତର

ଢେଙ୍କାନାଳ: ରଥଯାତ୍ରାରେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ଭାଇ-ଭଉଣୀ। ଏହି ଦୁର୍ଘଟଣା ପରେ ଭାଇକୁ ଛାଡ଼ି ଚାଲିଯାଇଛନ୍ତି ଭଉଣୀ। ଢ଼େଙ୍କାନାଳ କଲେଜ ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ବାଇକ୍ ଓ ଟ୍ରକ୍ ମଧ୍ୟରେ ହୋଇଥିବା ଦୁର୍ଘଟଣା ଯୋଗୁଁ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଭାଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ କଟକ ସିଡଏ ଅଞ୍ଚଳର ସୁଜାତା ପାଙ୍ଗୁରୁ ଓ ଗୁରୁତର ତୃଷାରକାନ୍ତ ପାଙ୍ଗୁର।

ସୂଚନା ଅନୁସାରେ ଉଭୟ  ଭାଇ ଓ ଭଉଣୀ ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ଠାରୁ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ସେମାନେ ଢ଼େଙ୍କାନାଳ କଲେଜ ବାଇପାସ ନିକଟରେ  ପହଞ୍ଚିଲା ପରେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଭଉଣୀ ସୁଜାତାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଭାଇ ତୁଷାରକାନ୍ତ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଉଭୟ ପାର୍ଶ୍ଵରେ ଗାଡି ଚଳାଚଳ ବନ୍ଦ ରହିଛି।

ସମ୍ବନ୍ଧିତ ଖବର