ଗବେଷକ ପ୍ରମୋଦ କୁମାର ପାଇବେ ଶିଶୁ ଅନନ୍ତ ସମ୍ମାନ

ସମ୍ବାଦର କ୍ରୀଡା ସାମ୍ବାଦିକ ସୁରେଶ ସ୍ୱାଇଁ 'ସାମ୍ବାଦିକ ଗୌରବ' ପାଇଁ ମନୋନୀତ

ବାଲିପାଟଣା : ପଞ୍ଚସଖା ମହାପୁରୁଷ ସିଦ୍ଧସାଧକ ଶିଶୁ ଅନନ୍ତଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆସନ୍ତା ୨୯ ତାରିଖରେ ପାଳନ ହେବ। ବାଲିପାଟଣାସ୍ଥିତ ପର୍ଯ୍ୟଟନସ୍ଥଳୀ ଶିଶୁ ଅନନ୍ତଙ୍କ ପୀଠରେ ଏହି ଉତ୍ସବ ପାଳନ ହେବ ।

ଗବେଷକ ପ୍ରମୋଦ କୁମାରଙ୍କୁ ଶିଶୁଅନନ୍ତ ସମ୍ମାନ ପ୍ରଦାନ କରାଯିବ। ବରିଷ୍ଠ ସାହିତ୍ୟିକ ଫନି ଭୁଷଣ ମହାନ୍ତିଙ୍କୁ ବାଲିପାଟଣା ଗୌରବ, ସମ୍ବାଦର କ୍ରୀଡା ସାମ୍ବାଦିକ ସୁରେଶ ସ୍ୱାଇଁଙ୍କୁ ‘ସାମ୍ବାଦିକ ଗୌରବ’, ପ୍ରାଚୀ ନୟାହାଟର ମଠାଧୀଶ ଦାମୋଦର ଦାସଙ୍କୁ ‘ବାବା ମଧୁସୂଦନ ସମ୍ମାନ’ ଏବଂ ଚଣାହାଟ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସାଇଶ୍ରୁତି ଦାଶଙ୍କୁ ‘ନଦିଆ ବିହାରୀ ସମ୍ମାନ’ ପାଇଁ ମନୋନୀତ କରାଯାଇଥିବା ସ୍ମୃତି ସଂସଦ ସମ୍ପାଦିକା ତନୟା ଦାସ ଗୋସ୍ବାମୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର