ନଭେମ୍ବର ୧୪ରୁ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

ଭୁବନେଶ୍ୱର: ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୧୯’ ସମାରୋହ ନଭେମ୍ବର ୧୪ ତାରିଖରୁ ଆରମ୍ଭ ହେଉଛି। ତଦନୁଯାୟୀ ୧୪ରୁ ୧୬ ଯାଏଁ ୩ଦିନ ବ୍ୟାପୀ ଏହି ଉତ୍ସବ ୟୁନିଟ-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହେବ।

ଏହି ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା, ବାଚସ୍ପତି, କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଓ ଉଚ୍ଚ ଶିକ୍ଷା , ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ, ସ୍ଥାନୀୟ ବିଧାୟକ, ବିଭାଗୀୟ କମିଶନର ତଥା ଶାସନ ସଚିବ, ୟୁନିସେଫର ରାଜ୍ୟ ପ୍ରତିନିଧି ପ୍ରମୁଖ ବିଭିନ୍ନ ଦିବସରେ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।

ଏହାଛଡା ସ୍ୱଚ୍ଛ ବିଦ୍ୟାଳୟ, ପରିବେଶ ସୁରକ୍ଷା, ଶ୍ରୁତଲିଖ ଏବଂ ହସ୍ତାକ୍ଷଣ ବକ୍ତତା, ରଚନା, ଚିତ୍ରକଳା, ବତର୍କ ପ୍ରତିଯୋଗିତା କରାଯିବ। ଏଥିସହ ବର୍ଜ୍ୟବସ୍ତୁର ବ୍ୟବହାର, ବିଜ୍ଞାନ, କୌତୁକ କର୍ମଶାଳା, ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ପ୍ରଦର୍ଶନୀର ଅୟୋଜନ କରାଯାଇଛି। ଏହି ଅବସରରେ ସମସ୍ତ ୩୦ଟି ଜିଲ୍ଲାର ପ୍ରାଥମିକ ଓ ମାଧ୍ୟମିକସ୍ତରୀୟ ଶିକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସ୍ତରରେ ବକ୍ତତା, କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଛି। ଏଥିରେ ଅଂଶଗ୍ରହଣ କରିବା ଲାଗି ପ୍ରତ୍ୟେକ ଶିକ୍ଷାମଣ୍ଡଳରୁ ପ୍ରତିବିଭାଗ ପାଇଁ ଶ୍ରେଷ୍ଠ ଶିକ୍ଷାର୍ଥୀଙ୍କୁ ମଣ୍ଡଳସ୍ତରରେ ସମ୍ପୃକ୍ତ ଶିକ୍ଷା ପରିଦର୍ଶକ ମନୋନୀତ କରି ପ୍ରାୟ ୩ହଜାର ଶିକ୍ଷାର୍ଥୀଙ୍କୁ ରାଜ୍ୟସ୍ତରକୁ ପଠାଇଛନ୍ତି। ଅନୁରୁପ ଭାବେ ପ୍ରତି ରାଜସ୍ୱ ଜିଲ୍ଲାସ୍ତରରେ ମଧ୍ୟ ଏହି ଉପଲକ୍ଷେ ଶିଶୁମେଳା ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଶିକ୍ଷାର୍ଥୀମାନଙ୍କୁ ଶିଶୁ ମହୋତ୍ସବ ସୁରଭି ୨୦୧୯ରେ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର