କଟକରେ ଏସ୍‌ଆଇଟି ବୈଠକ : ନିର୍ବାଚନରେ କଳାଟଙ୍କା ଉପରେ ନଜର

ଦୁଇ ମାସ ଭିତରେ ଦିଆଯିବ ସପ୍ତମ ଅନ୍ତରୀଣ ରିପୋର୍ଟ

କଟକ : ଦେଶରେ କଳା ଟଙ୍କା କାରବାର ସ˚ପର୍କରେ ତଦନ୍ତ କରୁଥିବା ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି)ର ବୈଠକରେ ଆଜି ନିର୍ବାଚନରେ କଳାଟଙ୍କା ପ୍ରସ˚ଗରେ ଆଲୋଚନା ହୋଇଛି। ଆଜି ଏସ୍‌ଆଇଟିର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଉପାଧୢକ୍ଷ ଜଷ୍ଟିସ ଅରିଜିତ ପଶାୟତ ସୂଚନା ଦେଇ କହିଛନ୍ତି ଯେ, କଳାଟଙ୍କାକୁ ନେଇ ରହିଥିବା ପୁରୁଣା ପ୍ରସଂଗ ସହିତ କେତେକ ନୂଆ ଦିଗ ଉପରେ ଆଲୋଚନା ହୋଇଥିଲା। ନିର୍ବାଚନରେ କଳାଟଙ୍କା ପ୍ରସଂଗରେ ସବିଶେଷ ଆଲୋଚନା ହୋଇଥିଲା। ୨୦୧୯ ନିର୍ବାଚନରେ ବିଶେଷ ଭାବେ କଳାଟଙ୍କା ବ୍ୟବହାର ଉପରେ ନିର୍ବାଚନ କମିସନ୍ ନଜର ରଖିଥିଲେ। ନିର୍ବାଚନ ବେଳେ କେଉଁ ରାଜ୍ୟରେ କେତେ ନଗଦ ଟଙ୍କା, ଡ୍ରଗ୍ସ ଓ ସୁନାଗହଣା ଜବତ କରାଯାଇଥିଲା ସେ ନେଇ ନିର୍ବାଚନ କମିସନଙ୍କ ସହିତ ବିଭିନ୍ନ ବିଭାଗ ପକ୍ଷରୁ ସବିଶେଷ ତଥ୍ୟ ଦାଖଲ କରାଯାଇଥିଲା। ନିର୍ବାଚନରେ କଳାଟଙ୍କାକୁ କିପରି ରୋକାଯାଇ ପାରିବ, ସେ ନେଇ ଆଲୋଚନା କରାଯାଇଥିଲା। ଏଥିସହିତ ବିଭିନ୍ନ ସ୍ଥାନରେ କରାଯାଇଥିବା ଆୟକର ଚଢଉରୁ ଜବତ ଅର୍ଥ ବାବଦରେ ମଧ୍ୟ ଆଲୋଚନା ହୋଇଥିଲା। ଚଢଉ ସମୟରେ କେଉଁ ସେକ୍ଟରରେ କେତେ ଟଙ୍କା ଜବତ କରାଯାଇଥିଲା ସେ ନେଇ ସବିଶେଷ ତଥ୍ୟ ବୈଠକରେ ଉପସ୍ଥାପନ ହୋଇଥିଲା। କୌଣସି ମାମଲାରେ ରହିତାଦେଶ ରହିଥିଲେ ୬ ମାସ ପରେ ତାହା ଆପେ ଆପେ ଉଠିବା ପ୍ରସଂଗରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଉପରେ ‌ବୈଠକରେ ଆଲୋଚନା କରାଯାଇଥିଲା। ଏସଆଇଟି ପୂର୍ବରୁ ୬ଟି ରିପୋର୍ଟ ପ୍ରଦାନ କରି ସାରିଥିବା ବେଳେ ସପ୍ତମ ରିପୋର୍ଟ ପ୍ରଦାନ ପାଇଁ ୨ ମାସ ସମୟ ଲାଗିବ ବୋଲି ଉପାଧ୍ୟକ୍ଷ ଜଷ୍ଟିସ ପଶାୟତ ସୂଚନା ଦେଇଥିଲେ।

ଏସ୍‌ଆଇଟି ଉପାଧୢକ୍ଷ ଜଷ୍ଟିସ୍‌ ପଶାୟତଙ୍କ ଅଧୢକ୍ଷତାରେ ତାଙ୍କ ତେଲେଙ୍ଗାବଜାରସ୍ଥିତ ବାସଭବନରେ ଅନୁଷ୍ଠିତ ବୈଠକରେ ନିର୍ବାଚନ କମିସନ୍, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ତଦନ୍ତକାରୀ ଏଜେନ୍ସର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବିଭିନ୍ନ ବିଭାଗ ପକ୍ଷରୁ କଳାଧନ ପ୍ରସ˚ଗରେ କରାଯାଇଥିବା ତଦନ୍ତ ଓ ଅନୁସନ୍ଧାନ ସ˚ପର୍କିତ ଅପଡେଟ୍‌ ଷ୍ଟାଟସ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯାଇଥିଲା। ସମଗ୍ର ଦେଶରେ ଏଯାବତ ବିଭିନ୍ନ ବିଭାଗ ପକ୍ଷରୁ ଠାବ କରାଯାଇଥିବା କଳାଧନ ସ˚ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଆଜିର ବୈଠକରେ ରାଜ୍ୟ ତଥା ଦେଶ ବିଦେଶରେ ଗଚ୍ଛିତ କଳାଧନ, ନିର୍ବାଚନରେ କଳାଧନ, ନିଶା କାରବାରରୁ ନକ୍ସଲ ଅର୍ଜନ କରୁଥିବା କଳାଟଙ୍କା, ବେଆଇନ୍‌ ଖଣି କରାରବାର, ମାଫିଆ, ଡନ୍‌, ଧାର୍ମିକ ଗୁରୁଙ୍କ କଳାଧନ କାରବାର, ବିଭିନ୍ନ କାରବାରରେ ଚିଟ୍‌ଫଣ୍ତ୍‌ ଟଙ୍କାର ବିନିଯୋଗ, ରିଅଲ ଇଷ୍ଟେଟ, ଘରୋଇ ଶିକ୍ଷା ଅନୁଷ୍ଠାନ ଓ ହସ୍ପିଟାଲ, ଚ୍ୟାରିଟେବଲ୍‌ ଟ୍ରଷ୍ଟ୍‌ରେ କଳାଧନ ଓ ବେନାମି କାରବାର ପ୍ରସ˚ଗ ସହିତ ବିଭିନ୍ନ ବ୍ୟାଙ୍କ୍‌ରେ ଜମାଥିବା କଳା ଟଙ୍କା ଉପରେ ଆଲୋଚନା କରାଯାଇଥିଲା। କଳାଧନର ଉତ୍ସ ଉପରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଏଥି ସହିତ ବେଆଇନ କାରବାର ଓ କଳାଧନ ସଂପର୍କିତ ବିଭିନ୍ନ ବିଚାରାଧୀନ ମାମଲା ଓ ତଦନ୍ତର ସ୍ଥିତି ନେଇ ଆଲୋଚନା ହୋଇଥିଲା। କୌଣସି ମାମଲାରେ ନିମ୍ନ ଅଦାଲତରେ ରହିତାଦେଶ ରହିଥିଲେ ୬ ମାସ ପରେ ତାହା ଆପେ ଆପେ ଉଠିବା ପ୍ରସଂଗରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଏ ସଂପର୍କିତ କେତେକ ବିଚାରାଧୀନ ମାମଲା ଓ ତଦନ୍ତ ପ୍ରକ୍ରିୟା ଉପରେ ନିମ୍ନ ଅଦାଲତରେ ରହିତାଦେଶ ରହିଥିବା ବେଳେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ୬ ମାସ ପରେ ରହିତାଦେଶ ଉଠିବା ପ୍ରସଂଗ ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀ, କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଇଡିର, ଯୁଗ୍ମ ନିର୍ଦ୍ଦେଶକ ମାଧବ ମିଶ୍ର, ଡିଆରଆଇ ଏଡିଜି ଜିପି ନାଇଡୁ, ସିବିଡିଟି, ଓଡ଼ିଶା ପୁଲିସ, ସିବିଆଇ, ଏଫଆଇୟୁ, ଏନସିବି, ଏଏଫଆଇଓ, ଭାରତର ନିର୍ବାଚନ କମିସନ, ଡିଜିଏଫଟି, ଷ୍ଟିଲ୍ ଆଣ୍ଡ ମାଇନ୍ସ, ସିଟି ଆଣ୍ଡ ଜିଏସଟିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର