ଭୁବନେଶ୍ବର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି ବରିଷ୍ଠ ଆଇଏଫଏସ୍ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ। ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଏବଂ ତାଙ୍କ ପୁଅ ଆକାଶଙ୍କୁ  ଝାରପଡ଼ା ଜେଲରେ ରଖାଯାଇଛି। ଏବେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଏବେ ୨୦ଜଣିଆ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି)  ଗଠନ କରାଯାଇଛି। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାର ସବୁ ଦିଗକୁ ନେଇ ତଦନ୍ତ କରିବ ଏସଆଇଟି ।

Advertisment

publive-image

ଗଠିତ ହୋଇଥିବା ୨୦ଜଣିଆ ଏସଆଇଟି ବରିଷ୍ଠ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତଙ୍କ ସମ୍ପର୍କୀୟ, ସହଯୋଗୀ, ବନ ଅଧିକାରୀ ଏବଂ ବ୍ୟାଙ୍କ ଅଧିକାରୀଙ୍କୁ  ତଦନ୍ତ ପରିସରଭୁକ୍ତ କରିବ। ସେମାନଙ୍କୁ ପଚରାଉଚରା କରି ବୟାନ ‌ରେକର୍ଡ କରିବ। ଏହା ସହ ଯେଉଁ ସଂସ୍ଥାଗୁଡ଼ିକରୁ ମହଙ୍ଗା ଗାଡ଼ି  କ୍ରୟ କରାଯାଇଛି, ତାର ମଧ୍ୟ ଯାଞ୍ଚ କରିବ ଏସଆଇଟି। ଏଥିସହ ପାଠକ କରିଥିବା ବିଭିନ୍ନ ଜମାରାଶିର ମଧ୍ୟ ଅନୁସନ୍ଧାନ ହେବ। ଗିରଫ ପୂର୍ବରୁ ଜବତ ହୋଇଥିବା ରେକର୍ଡ ଓ ଦଲିଲର ଏସଆଇଟି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ ବୋଲି ଜଣାପଡ଼ିଛି।