କେନ୍ଦୁଝର ବଳଦେବ ଜୀଉ ମନ୍ଦିର ଓ ସୀତାବିଞ୍ଜ ସୌନ୍ଦର୍ଯୀକରଣ ପାଇଁ ଦାବି

ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେଲା କେନ୍ଦୁଝର ବିକାଶ ପରିଷଦ

ଭୁବନେଶ୍ବର : ପୁରୀ, ଲିଙ୍ଗରାଜ ମନ୍ଦିର ଓ କୋଣାର୍କ ପରି କେନ୍ଦୁଝର ବଳଦେବ ଜୀଉ ମନ୍ଦିରର ସୌନ୍ଦର୍ଯୀକରଣ ପାଇଁ ଦାବି ହୋଇଛି। ଆଜି ଭୁବନେଶ୍ବର ସ୍ଥିତ କେନ୍ଦୁଝର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ବଳଦେବ ଜୀଉ ମନ୍ଦିର ସମେତ କେନ୍ଦୁଝରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ସୀତାବିଞ୍ଜର ପାରିପାର୍ଶ୍ବିକ ବିକାଶ ପାଇଁ ମଧ୍ୟ ଅନୁରୋଧ କରାଯାଇଛି। ପରିଷଦ ପକ୍ଷରୁ ଆବାହକ ପ୍ରଦୀପ କୁମାର ଦାସ, ସଦସ୍ୟ ହାଡ଼ିବନ୍ଧୁ ପଟ୍ଟନାୟକ ଓ ଡମ୍ବରୁଧର ଘଣା ପ୍ରମୁଖ ଲୋକସେବା ଭବନରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର