ସମ୍ବଲପୁର : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠିଛି। ନନ୍ଦପଡ଼ାର ବଂବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ବାଲିବନ୍ଧାର ସୋମନାଥ ବାବା, ବଡ଼ବଜାର ଶୀତଳେଶ୍ୱର ବାବା, ଠାକୁରପଡ଼ା ଗୁପ୍ତେଶ୍ୱର ବାବା, ଭତରା ଶଂକର ବାବା, ସାକ୍ଷୀପଡ଼ା ଓମ୍‌କାରେଶ୍ୱର ବାବାଙ୍କ ମନ୍ଦିରରେ ବିଧିମତେ ପୂଜାର୍ଚ୍ଚନା ଓ ଆଳତି ପରେ ଥାଳ ଉଠା ଯାଇଛି। ପଡ଼ାର ମୁରବୀମାନେ ଥାଳ ଧରି ଶୀତଳଷଷ୍ଠୀ ଯାତ୍ରା ଆୟୋଜନ ପାଇଁ ନିଜ ପଡ଼ାରୁ ପାଣ୍ଠି ସଂଗ୍ରହ କରିଛନ୍ତି। ଦୁଇଟି ଜ୍ୟେଷ୍ଠ କାରଣରୁ ଶୁଦ୍ଧ ଶୁକ୍ଳ ପକ୍ଷ ଅର୍ଥାତ ଶେଷ ପକ୍ଷରେ ଜୁନ୍‌ ୧୭ ତାରିଖରେ ଶିବ-ପାର୍ବତୀଙ୍କ ଶୁଭ ବିବାହ ଅନୁଷ୍ଠିତ ହେବ। ଜୁନ ୧୮ ତାରିଖ ରାତିରେ ଦେବ ଦମ୍ପତି ନଗର ପରିକ୍ରମାରେ ବାହାରିବେ ଓ ୧୯ ସଂଧ୍ୟାରେ ଯାତ୍ରା ଶେଷ ହେବ।