ଶୀତଳଷଷ୍ଠୀ ଥାଳ ଉଠିଲା

ସମ୍ବଲପୁର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମଙ୍ଗଳବାର ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠିଛି। ନନ୍ଦପଡ଼ାର ବ˚ବରାଡ଼ ବାଲୁଙ୍କେଶ୍ବର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ବାଲିବନ୍ଧାର ସୋମନାଥ ବାବା, ବଡ଼ବଜାର ଶୀତଳେଶ୍ବର ବାବା, ଠାକୁରପଡ଼ା ଗୁପ୍ତେଶ୍ବର ବାବା, ଭତରା ଶ˚କର ବାବା, ଗୋବିନ୍ଦତୋଲାର ସ୍ବପ୍ନେଶ୍ବର ବାବା, ସାକ୍ଷୀପଡ଼ା ଓମ୍‌କାରେଶ୍ବର ବାବାଙ୍କ ମନ୍ଦିରରେ ବିଧିମତେ ପୂଜାର୍ଚ୍ଚନା ଓ ଆଳତି ପରେ ଥାଳ ଉଠିଛି। ପଡ଼ା ମୁରବୀମାନେ ଥାଳ ଧରି ଶୀତଳଷଷ୍ଠୀ ଯାତ୍ରା ଆୟୋଜନ ପାଇଁ ନିଜ ପଡ଼ାରୁ ପାଣ୍ଠି ସ˚ଗ୍ରହ କରିଛନ୍ତି। ଠିକ ମାସେ ପରେ ଆସନ୍ତା ଜୁନ୍‌ ୭ ତାରିଖରେ ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ଶୁଭ ବିବାହ ଅନୁଷ୍ଠିତ ହେବ। ଜୁନ ୮ ରାତିରେ ଦେବ ଦମ୍ପତ୍ତି ନଗର ପରିକ୍ରମାରେ ବାହାରିବେ ଓ ୯ ତାରିଖ ସ˚ଧୢାରେ ଯାତ୍ରା ଶେଷ ହେବ। ଅକ୍ଷୟ ତୃତୀୟାରୁ ଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଥିଲାବେଳେ ପ୍ରଚଳିତ ପରମ୍ପରା ଅନୁଯାୟୀ ଯାତ୍ରା କମିଟିଗୁଡ଼ିକ ପକ୍ଷରୁ ବିଭିନ୍ନ ପଡ଼ାର କନ୍ୟା ପିତାମାତାଙ୍କ ନାମ ମଧୢ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର