ବଲାଙ୍ଗୀର: ଦେବାଧିଦେବ ମହାଦେବଙ୍କ ବାହାଘର ପାଇଁ ସବୁଠି ସଜବାଜ। ଘରେ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼। ଶୋଭାଯାତ୍ରାରେ ମନ୍ଦିରରୁ ନିଜ ମାତା ପିତାଙ୍କ ଘରକୁ ଆସିଛନ୍ତି ଦେବଦଂପତି। ବରଯାତ୍ରୀ ପାଇଁ ସଜବାଜ ହେଉଛନ୍ତି। ବଲାଙ୍ଗୀର ସହରର ବିଭିନ୍ନ ଶୀତଳଷଷ୍ଠୀ ଯାତ୍ରା କମିଟିର କର୍ମକର୍ତ୍ତା ଉତ୍ସାହର ସହ ଯାତ୍ରା ପାଳନ କରୁଛନ୍ତି। ଦୁଇବର୍ଷ ହେଲା କରୋନା ପାଇଁ ଫିକା ପଡ଼ିଥିଲା ଯାତ୍ରା। ଦୁଇ ବର୍ଷ ପରେ ସୁଯୋଗ ମିଳିଥିବାରୁ ଯାତ୍ରାକୁ ଆକର୍ଷଣୟୀ କରିବା ପାଇଁ ହାତଛଡ଼ା କରୁନାହାନ୍ତି ଯାତ୍ରା କମିଟି କର୍ମକର୍ତ୍ତା।
ଶୀତଳଷଷ୍ଠୀ ଯାତ୍ରା ପାଇଁ ରଙ୍ଗିନ ଆଲୋକରେ ସଜେଇ ହୋଇଛି ପୂରା ସହର। ଦେବାଧିଦେବ ମହାଦେବଙ୍କ ବାହାଘର ପାଇଁ ବିଭିନ୍ନ ପ୍ରକାର ଆୟୋଜନ କରାଯାଉଛି। ଗୁରୁବାର ରାତିରେ ବଲାଙ୍ଗୀର ରାଧାରାଣୀପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ଦ୍ୱାରା ଦେବ ଆଗମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନତାନ ମନ୍ଦିରଠାରୁ ଚନ୍ଦ୍ରଶେଖର ବାବା ଏବଂ ମାତା ପାର୍ବତୀଙ୍କୁ ଶୋଭାଯାତ୍ରାରେ ତାଙ୍କ ପିତାମାତାଙ୍କ ଘରକୁ ନିଆଯାଇଥିଲା। ଚନ୍ଦ୍ରଶେଖର ବାବାଙ୍କୁ ରାଧାରାଣୀପଡ଼ାର ପିତାଙ୍କ ଘରକୁ ଯାଇଥିବା ବେଳେ ମାତା ପାର୍ବତୀ କଂସାରିପଡ଼ାର ପିତାଙ୍କ ଘରକୁ ଯାଇଥିଲେ। ଦେବଦଂପତି ଆଜି ନିଜ ନିଜ ପିତାମାତା ଘରକୁ ପହଞ୍ଚିବା ପରେ ବାହାଘର ସଜବାଜ ଚାଲିଛି। ମାତା ପାର୍ବତୀଙ୍କ ବାହାଘର ପାଇଁ ଯାନିଯୌତୁକ ସବୁ ସଜବାଜ କରାଯାଉଛି। ଆଜି ସନ୍ଧ୍ୟାରେ ଆଳଙ୍କାରଧାରଣ କାର୍ଯ୍ୟକ୍ରମ ହୋଇଥିଲା। ବାହାଘର ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ସେହିପରି ଶୀତଳଷଷ୍ଠୀ ଯାତ୍ରା ପାଇଁ ସୁଦପଡ଼ା ଯାତ୍ରା କମିଟି ଦ୍ୱାରା ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହେଉଛି। ତେଣୁ ରାତିରେ ଗେଟସରୋବର ପଡ଼ାଠାରୁ କଳସ ଶୋଭାଯାତ୍ରା କରାଯାଇଥିଲା। ପୌରଧ୍ୟକ୍ଷା ଲିକା ସାହୁ ନିଜେ କଳସ ବୋହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେହିପରି ସାରା ସହରର ବିଭିନ୍ନ ଯାତ୍ରା କମିଟି ଦ୍ୱାରା ଜୋରଦାର ପ୍ରସ୍ତୁତି କରାଯାଇଛି। ପ୍ୟାଲେସଲାଇନ ଯାତ୍ରା କମିଟି ନାମଯଜ୍ଞ ସହିତ ଆକର୍ଷଣୀୟ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/29-1.jpg)