ଆଜି ଆସୁଛନ୍ତି ସୀତାରାମ ୟେଚୁରୀ

ଭୁବନେଶ୍ୱର : ସିପିଆଇ(ଏମ୍‌)ର ସାଧାରଣ ସଂପାଦକ ସୀତାରାମ ୟେଚୁରୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସନ୍ତାକାଲି (ଶୁକ୍ରବାର) ଆସୁଛନ୍ତି। ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ଅପରାହ୍‌ଣରେ ବ୍ରହ୍ମପୁର ଯିବେ। ସେଠାରେ କୁସୁମ ଦାସ ସ୍ମୃତିସଭାରେ ବକ୍ତବ୍ୟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ୧୨ ତାରିଖରେ ଭୁବନେଶ୍ୱର ଇନ୍‌ଷ୍ଟିଚ୍ୟୁସନ୍‌ ଅଫ ଇଂଜିନିୟର୍ସ ଅଡିଟୋରିୟମ୍‌ରେ ଦିନ ୧୧ଟା ବେଳେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ଉଦ୍‌ବୋଧନ ଦେବେ। ‘ସାଂପ୍ରତିକ ଜାତୀୟ ରାଜନୈତିକ ପରିସ୍ଥିତି ଏବଂ ବାମପନ୍ଥୀମାନଙ୍କ ଦାୟିତ୍ୱ’ ଶୀର୍ଷକ ବିଷୟ ଉପରେ ଶ୍ରୀ ୟେଚୁରୀ ବକ୍ତବ୍ୟ ପ୍ରଦାନ କରିବେ। ଅପରାହ୍‌ଣରେ ସିପିଆଇ(ଏମ୍‌) ରାଜ୍ୟ ସଂପାଦକମଣ୍ଡଳୀ ଏବଂ ରାଜ୍ୟ କମିଟି ବୈଠକରେ ଦଳର ୨୨ତମ ପାର୍ଟି କଂଗ୍ରେସର ରାଜନୈତିକ ଏବଂ ସାଂଗଠନିକ ସିଦ୍ଧାନ୍ତ ଉପରେ ବକ୍ତବ୍ୟ ରଖିବେ। ଏହି ଆଲୋଚନାଚକ୍ରରେ ଦଳର ରାଜ୍ୟ ସଂପାଦକ ଅଳିକିଶୋର ପଟ୍ଟନାୟକ ଅନ୍ୟତମ ବକ୍ତା ଭାବେ ଯୋଗଦେବା ସହ ପାର୍ଟିର ବରିଷ୍ଠ ନେତା ଜନାର୍ଦନ ପତି ସଭାପତିତ୍ୱ କରିବେ। ସିପିଆଇ(ଏମ୍‌) ରାଜ୍ୟ କମିଟି ତରଫରୁ ଏକ ପ୍ରେସ୍‌ ବିବୃତିରେ ଏହି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର