ବ୍ୟାସନଗର : ବାଲିପଶି ସ୍କୁଲରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନକୁ କେନ୍ଦ୍ରକରି ଗତକାଲି ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗଣ୍ଡଗୋଳ ଘଟଣାରେ ବିଜେଡି ପକ୍ଷରୁ ଶ୍ୟାମସୁନ୍ଦର ଧଳ ଯାଜପୁର ରୋଡ୍ ଥାନାରେ ଅଭିଯୋଗ କରିଥିଲେ। ସେହିପରି ବିଜେପି ପକ୍ଷରୁ ପ୍ରତାପ କର ପାଲଟା ଅଭିଯୋଗ କରିଥିଲେ। ଏହାକୁ ନେଇ ଗତକାଲି ବିଳମ୍ବିତ ରାତିରେ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କ ନିର୍ଦେଶରେ ସବ୍ଇନ୍ସପେକ୍ଟର ନିର୍ମଳ କୁମାର ସାହୁ ଚଢ଼ଉ କରି ଘଟଣାରେ ସମ୍ପୃକ୍ତ ଥିବା ବିଜେପିର ୪ ଜଣ ଓ ବିଜେଡିର ୨ ଜଣ କର୍ମୀଙ୍କୁ ଗିରଫ କରିଥିଲେ। ଏନେଇ କେସ ନମ୍ବର ୫୩୪ /୨୧ ଓ ୫୩୫ /୨୧ ରୁଜୁ କରି ଦଫା ୧୪୮, ୧୪୯, ୩୨୩, ୩୨୫, ୩୦୭, ୫୦୬ ରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp