ବିଭିନ୍ନ ସ୍ଥାନରୁ ଚୋରି ଅଭିଯୋଗରେ ୬ ଗିରଫ, ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଜବତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଚୋରି କରିଥିବା ଅଭିଯୋଗରେ ପୁଲିସ ଶନିବାର ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଖରିଆରରୋଡ଼ ୱାର୍ଡ ନଂ୧୩ର ପନ୍ନାଲାଲ ଅଗ୍ରୱାଲ, ହାଇସ୍କୁଲପଡ଼ାର ଜମିଲ ଅବଦୁଲ, ବଜାରପଡ଼ାର ରାଜେଶ ବାଗ, ରୋହିତ ଡାଙ୍ଗି, ପଟ୍ଟନାୟକପଡ଼ା ଅସରଫ ଅବଦୁଲ, ଦାଦୁ ସୋନୀ ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଜାନୁଆରି ୧୬ ତାରିଖ ଦିନ ବେଲଟୁକୁରି ଥାନା ଅଞ୍ଚଳରୁ ଚୋରି ହୋଇଥିଲା। ଜାନୁଆରି ୨୯ ଓ ମାର୍ଚ୍ଚ ୧୯ ତାରିଖରେ ଖରିଆର ରୋଡ଼ ଜୋଙ୍କ ଥାନା, ଫେବ୍ରୁଆରି ୧୪ ତାରିଖରେ ଧରମବନ୍ଧା ଥାନା ଅଞ୍ଚଳରୁ ଚୋରି ହୋଇଥିଲା। ଅଭିଯୋଗଗୁଡ଼ିକୁ ଭିତ୍ତିକରି ନୂଆପଡ଼ା ଏସ୍‌ପି ରାହୁଲ ଜୈନଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଉକ୍ତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ପୁଲିସ ସେମାନଙ୍କଠାରୁ ସୁନା ୨୫.୧ ଗ୍ରାମ୍‌ ଯାହାର ମୂଲ୍ୟ ୧ଲକ୍ଷ ୩୫ ହଜାର ଟଙ୍କା, ରୁପା ୪୮୭.୭୭ ଗ୍ରାମ୍‌ ଯାହାର ମୂଲ୍ୟ ୩୨ ହଜାର ଟଙ୍କା ଜବତ କରାଯାଇଥିଲା ବୋଲି ନୂଆପଡ଼ା ଏସ୍‌ପିଡିପ ପ୍ରଶାନ୍ତ ପଟ୍ଟନାୟକ କହିଛନ୍ତି। ୬ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ବେଲଟୁକୁରି ଥାନା ଅଧିକାରୀ କ୍ଷୀରୋଦ ଚନ୍ଦ୍ର ବାଗ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର