ତନ୍ତ୍ରମନ୍ତ୍ର କରି ଟଙ୍କା ଦୁଇଗୁଣ କରିଦେବା କହି ଠକେଇ : ଦମ୍ପତିଙ୍କ ସମେତ ୬ ଗିରଫ

ନୂଆପଡ଼ା : ତନ୍ତ୍ରମନ୍ତ୍ର କରି ଟଙ୍କା ଦୁଇଗୁଣ କରିଦେବାର ଲୋଭ ଦେଖାଇ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଖରିଆରରୋଡ଼ର ଲୋକଙ୍କ ଠକିଥିବା‌ ଅଭିଯୋଗରେ ନୂଆପଡ଼ା ଜିଲ୍ଲା ଜୋଙ୍କ ପୁଲିସ ସୋମବାର ଏକ ଦମ୍ପତିଙ୍କ ସମେତ ଛତିଶଗଡ଼ରୁ ୪ଜଣ ଓ ଖରିଆରରୋଡ଼ରୁ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କୈଳାସ ସାହୁ(୪୪), ଛତିଶଗଡ଼ ରାୟପୁରର ଅନକାବର ଗାଁର ଚିନ୍ତାରାମ ପାରଧି(୩୫), ତାଙ୍କ ସ୍ତ୍ରୀ ମଥୁରା ପରଧି (୩୦), ଛତିଶଗଡ଼ ରାୟପୁର ଖରରୋର ବିନୋଦ ନବରଙ୍ଗ(୨୫), ଛତିଶଗଡ଼ ରାୟପୁର ଜିଲ୍ଲା ଖରୋରା ଥାନା ବୁଦେନୀ ଗ୍ରାମର ଓମପ୍ରକାଶ ପରଧି (୨୫), ମହାସମୁନ୍ଦ ଜିଲ୍ଲା ଭିମଖୋଜ ଥାନା ଓମକାରବନ୍ଦ ଗାଁର ଧରମ ପାରଧି(୪୧)। ସେମାନଙ୍କୁ ଠାରୁ ୪ ଲକ୍ଷ ୧୨ ହଜାର ଟଙ୍କା ସହ ୪ଟି ବାଇକ, ୫ଟି ମୋବାଇଲ, ଦୁଇଟି ତନ୍ତ୍ରମନ୍ତ୍ର ବାକ୍ସ ଓ କିଛି ନାଲି କପଡ଼ା ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା‌ ନୂଆପଡ଼ା ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ଜୋଙ୍କ ଥାନାରେ ଏକ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର