ଧର୍ମଶାଳା: ନିର୍ବାଚନୀ ହିଂସା ଘଟଣାରେ ୬ ଗିରଫ

ଧର୍ମଶାଳା/ବ୍ରହ୍ମବରଦା : ଧର୍ମଶାଳା ଥାନା ରାଉତରାପୁର ପଞ୍ଚାୟତ କୁଣ୍ତପାଟଣାରେ ହୋଇଥିବା ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାରେ ପୁଲିସ୍‌ ଉଭୟ ଗୋଷ୍ଠୀର ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ରାଉତରାପୁର ଗ୍ରାମର ବିଶ୍ବନାଥ ସାହୁ, ନିଗମାନନ୍ଦ ସାହୁ, ଅଜୟ ସାହୁ, ଅକ୍ଷୟ ସାହୁ, ନିଶାକର ବାରିକ ଓ ବିଶ୍ବନାଥ ବାରିକଙ୍କୁ ପୁଲିସ୍‌ ଆଜି ଚଣ୍ତିଖୋଲ କୋର୍ଟଚାଲାଣ କରିଛି। ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା। ଏଥିରେ ୧୦ଜଣ ଆହତ ହୋଇଥିଲେ। ଉଭୟ ପକ୍ଷ ଧର୍ମଶାଳା ଥାନାରେ ଏତଲା ଦେଇଥିଲେ। ଏନେଇ ପୁଲିସ୍‌ ୧୪୪/୨୨ନମ୍ବରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା।

ସମ୍ବନ୍ଧିତ ଖବର