କ୍ରାଇମବ୍ରାଞ୍ଚ ଟିମକୁ ମାଡ ଘଟଣା: ୬ ଗ୍ରାମବାସୀ ଗିରଫ

ଫୁଲବାଣୀ: କ୍ରାମଇବ୍ରାଞ୍ଚ ଟିମକୁ ମାଡ ଦେବା ଘଟଣାରେ କାକେନ୍ଦ୍ରି ଗାଁର ୬ ଗ୍ରାମବାସୀଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗ୍ରାମବାସୀଙ୍କ ଥାନା ଘେରାଉ ଧମକରେ କାହାକୁ ଗିରଫ କରାଯିବ। କିଛି ଗ୍ରାମବାସୀଙ୍କୁ ଅଟକ ରଖିଥିଲେ ବି ଆଉ କାହାକୁ ଛଡା ଯିବ। ସେ ନେଇ ପୁଲିସ ୫ ଦିନ ହେଲା ବଡ ଦ୍ବନ୍ଦରେ ଥିଲା। କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ନିଷ୍ପତ୍ତି ନେଇ ପାରୁ ନାହିଁ ପୁଲିସ। ଆଉ ମାଡ ମାରିବା ଭିଡିଓ ବି ଭାଇରାଲ ହେଲା।

ଏନେଇ ଆଜି ସମ୍ବାଦରେ ଖବର ପ୍ରକାଶ ପାଇବାରେ ପୁଲିସ ରିସ୍କ ନେଇ ଆକ୍ସନ ମୁଡକୁ ଆସିଛି। ଆଜି ୬ ଜଣ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଗିରଫ ଗ୍ରାମବାସୀମାନେ ହେଲେ ଗୋପିନାଥ ମଲ୍ଲିକ,ବଶିଷ୍ଠ ପ୍ରଧାନ,କନିଷ୍କ ପ୍ରଧାନ,ମହେନ୍ଦ୍ର ବେହେରା,ନିରାକାର ବେହେରା ଓ କବିରାଜ ବେହେରା। ଏମାନେ କ୍ରାମଇବ୍ରାଞ୍ଚ ଟିମକୁ ମାଡ ଦେବାରେ ସଂପୃକ୍ତ ବୋଲି ପୁଲିସ କହିଛି। ହେଲେ ଏମାନେ ଦୋଷୀ ନୁହଁନ୍ତି। ପ୍ରକୃତ ଦୋଷୀମାନେ ଘାଁ ଛାଡି ଫେରାର ହୋଇ ଯାଇଥିବା କିଛି ଗ୍ରାମବାସୀ କହିଛନ୍ତି। ଆଉ କିଛି ଗ୍ରାମବାସୀଙ୍କୁ ପୁଲିସ ଗିରଫ କରିବା ନିମନ୍ତେ ଯୋଜନା ଚଳାଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଗତ ୫ ତାରିଖରେ କ୍ରାଇମବ୍ରାଞ୍ଚ ଟିମ କନ୍ଧମାଳ ଜିଲ୍ଲା ସଦର ଥାନା କାକେନ୍ଦ୍ରି ଗାଁରେ ଗଂଜେଇ ଚଢାଉ କରିଥିଲେ। କିଛି ଗଂଜେଇ ମାଫିଆ ଗାଁ ଲୋକଙ୍କୁ ଉସକାଇ ଟିମକୁ ପ୍ରବଳ ମାଡ ମାରିଥିଲେ। ଏଥିରେ ୭ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ କନ୍ଧମାଳ ପୁଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭୁବନେଶ୍ବରକୁ ପଠାଯାଇଥିଲା।

ସମ୍ବନ୍ଧିତ ଖବର