ସୋସିଆଲ ମିଡିଆରେ କରୋନା ନେଇ ଅପପ୍ରଚାର କରି ୬ ଯୁବକ ଗିରଫ

ରାଉରକେଲା: ଗତ ଦୁଇ ସପ୍ତାହ ମଧ୍ୟରେ ରାଉରକେଲା ପୁଲିସ ୫ଟି ଘଟଣାରେ ୬ ଜଣ ଯୁବକଙ୍କୁ ଗିରଫ କରିଛି । ବଣାଇ, ପ୍ଲାଣ୍ଟସାଇଟ ଓ ଛେଣ୍ଡ ଥାନାରେ ଜଣେ ଲେଖାଏଁ ଯୁବକଙ୍କୁ ଗିରଫ ହୋଇଛନ୍ତି । ଗତକାଲି ବ୍ରାହ୍ମଣୀତରଙ୍ଗ ଥାନା ପୁଲିସ ବେଦବ୍ୟାସ ଦାଣ୍ଡିଆପାଲିର ଅନ୍ୟ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସେହିପରି ଆଜି ରାଉରକେଲା ଝିରିପାଣି ଥାନା ପୁଲିସ ଆଜି ସ୍ଥାନୀୟ ଅଞ୍ଚଳର ଆଉ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଝିରିପାଣି ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସ୍ପି କେ ଶିବା ସୁବ୍ରମଣୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗିରଫ ଯୁବକମାନେ ଫେସବୁକ, ହ୍ୱାଟ୍ସଆପରେ ଅଡିଓ ଓ କ୍ଲିପିଂ ପୋଷ୍ଟ କରି ଏକ ନିଦ୍ଦିଷ୍ଟ ସଂପ୍ରଦାୟକୁ ବଦନାମ କରୁଥିଲେ । ଏହି ଯୁବକମାନେ ଏକ ଭିନ୍ନ ଉଦ୍ଦେଶ୍ୟ ରଖି ଏଭଳି ଅପପ୍ରଚାର କରୁଥିଲେ ବୋଲି ଏସ୍ପି କହିଛନ୍ତି ।

ସୂଚନାଯୋଗ୍ୟ, କରୋନାକୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରି ପୂର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କିଛି ଯୁବକ ଗିରଫ ହୋଇଛନ୍ତି । ରାୟଗଡ଼ା, କଳାହାଣ୍ଡି, ଭଦ୍ରକ ଓ ସମ୍ବଲପୁର ଜିଲ୍ଲାରେ ଗୁଜବ ପ୍ରଚାର କରି ଯୁବକମାନେ ଗିରଫ ହୋଇଛନ୍ତି ।

ସମ୍ବନ୍ଧିତ ଖବର