ବେଆଇନ ଚାନ୍ଦା ଆଦାୟ ଅଭିଯୋଗରେ ୬ ଗିରଫ, ୯ ମୋବାଇଲ, ମାରଣାସ୍ତ୍ର ଜବତ

ଯୋଡା : ବାମେବାରୀ ଥାନା ଜୁରୁଡି ରେଳ ସାଇଡିଙ୍ଗଠାରେ ଠାରେ ନିୟୋଜିତ ଘରୋଇ ସୁରକ୍ଷା କର୍ମୀଙ୍କୁ ମାଡ଼ ମାରି ମାରଣାସ୍ତ୍ର ଦେଖାଇ ଟ୍ରକ ଡ୍ରାଇଭରଙ୍କଠାରୁ ବେଆଇନ ଚାନ୍ଦା ଆଦାୟ ଅଭିଯୋଗରେ ପୁଲିସ ଗୁରୁବାର ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରବି ସିଂ, ବିଶ୍ବନାଥ ସାହୁ, ସୁନିଲ ମାଝୀ, ଦଶରଥ ମାଝୀ, ଦୀପକ ପାତ୍ର, ଅମିତ ବବଙ୍ଗା। ଅଭିଯୁକ୍ତମାନଙ୍କ ଘର ଜୁରୁଡିସ୍ଥିତ ନିଉ କଲୋନୀ ଓ କପୁରହଟିଙ୍ଗରେ ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନଙ୍କଠାରୁ ପୁଲିସ ୯ ଟି ମୋବାଇଲ, ୩ ଟି ଛୁରି, ଗୋଟିଏ କାତିଛୁରି, ଗୋଟିଏ ଫାଇଭର ପୁଲିସ ଜବତ କରିଛି।

ପୁଲିସର ସୂଚନା ଅନୁଯାୟୀ ଗତ ୨୪ ତାରିଖ ରାତିରେ ଜୁରୁଡି ରେଳ ସାଇଡିଙ୍ଗଠାରେ ଅଭିଯୁକ୍ତମାନେ ସେଠାରେ ଥିବା ସୁରକ୍ଷା କର୍ମୀଙ୍କୁ ମାଡ଼ ମାରି ମାରଣାସ୍ତ୍ର ଦେଖାଇ ଲୁହାପଥର ବୋଝେଇ ଟ୍ରକ ଡ୍ରାଇଭରଙ୍କଠାରୁ ମନି ପର୍ସ, ମୋବାଇଲ ଓ ତାଙ୍କର ଡିଏଲ ଛଡାଇ ନେଇଥିଲେ। ଏ ନେଇ ଡ୍ରାଇଭରଙ୍କ ପକ୍ଷରୁ ବାମେବାରୀ ଥାନାରେ ଅଭିଯୋଗ କରାଯାଇଥିଲା। ଏ ନେଇ ବାମେବାରୀ ଥାନାରେ କେଶ ନଂ ୭୩ /୨୦୨୧ ଦଫା ୩୯୫ ଆଇପିସି ଅନୁଯାୟୀ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଅମିତ ଭୂୟାଁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର