ଗୋରୁ ଚାଲାଣ ଅଭିଯୋଗରେ ୬ ଗିରଫ, ୨ ପିକଅପ୍ ଜବତ

ପାଟଣା : ତୁରୁମୁଙ୍ଗା ପୁଲିସ ଆଜି ୨ଟି ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରିଥିବା ବେଳେ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ୬ ଜଣଙ୍କୁ ଗିରଫ ହୋଇ କୋର୍ଟ ଚାଲାଣ କରିଛି। ଦୁଇଟି ଯାକ ପିକଅପରେ ମୋଟ ୧୦ଟି ଗୋରୁ ଥିଲେ।

ସୋହେଲାରୁ କୋଲକାତା ଚୋରା ଚାଲାଣ ହେଉଥିବା ଖବର ପାଇ ତୁରୁମୁଙ୍ଗା ପୁଲିସ ଏହି ଗାଡିର ପିଛା କରିଥିଲେ। ରେଙ୍ଗାଳ ବେଡା ଠାରୁ ଦ୍ରୁତ ଗତିରେ ଯାଉଥିବା ଗାଡି ୨ଟିକୁ ତୁରୁମୁଙ୍ଗା ନିକଟସ୍ଥ ଝାରବେଡ଼ ଛକ ନିକଟରେ ଅଟକାଇଥିଲେ। ପିକଅପ ୨ଟିରେ ୧୦ ଗୋରୁକୁ ଉଦ୍ଧାର କରାଯିବ ସହ ବେଆଇନ ଗୋ-ଚାଲାଣ ଅଭିଯୋଗ ରେ ୬ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ସୋହେଲାର ମୁବାରକ ଶାନ(୩୪), ବରଗଡ଼ ଜିଲ୍ଲାର ଧରାଖଣ୍ଡର ମିଥୁନ ସେନା(୨୯), ବରପାଲି ଥାନା ତୁଳାପାଳିର ସୁନା (୫୫), ବରଗଡ଼ ଜିଲ୍ଲା ବିଜେପୁର ଥାନା କାନପୁର ଗ୍ରାମ ର ଗଙ୍ଗାଧର କିଭାର(୪୧), ବରଗଡ଼ ଜିଲ୍ଲା ସଦର ଥାନା ଅନ୍ଦନ ବାହାଲର ବିଦେଶୀ ବେଶ୍ରା (୪୦) ଓ ବାଲାଙ୍ଗିର ଜିଲ୍ଲା ଲୁଇସିଂହା ଥାନା ରିନବଚନ ଗ୍ରାମର ମୋଚିନ୍ଦ୍ର ମୁଦୁଲି (୩୫)। ୬ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇ ଥିବା ତୁରୁମୁଙ୍ଗା ଥାନା ଅଧିକାରୀ ସୁଶାନ୍ତମଣି ମହାନ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର