୬ ଗୋରୁ ଚୋରଙ୍କୁ କାବୁ କଲେ ଲୋକେ

ଘଟଗାଁ : ଘଟଗାଁ ବ୍ଲକ୍‌ ଖୁଣ୍ଟା ଗ୍ରାମରୁ ଗୋରୁ ଚୋରି କରିବା ସମୟରେ ୬ଜଣ ଗୋରୁ ଚୋରୁଙ୍କୁ ଗ୍ରାମବାସୀ କାବୁ କରି ପୁଲିସ ଜିମା ଦେଇଛନ୍ତି। ଗ୍ରାମର ଶାନ୍ତନୁ ପଲେଇ ନାମକ ଜଣେ ବ୍ୟକ୍ତିଙ୍କ ଗୁହାଳରୁ ଆଠଜଣ ବ୍ୟକ୍ତି ଗତକାଲି ରାତି ପ୍ରାୟ ତିନିଟା ବେଳେ ବଳଦ ଚୋରି କରୁଥିଲେ। ଶାନ୍ତନୁ କୌଣସି ଏକ କାମରେ ଘର ବାହାରକୁ ଆସିଥିବା ବେଳେ ଏହା ଦେଖି ଗ୍ରାମବାସୀଙ୍କୁ ଫୋନ୍‌ରେ ଜଣାଇଥିଲେ। ତୁରନ୍ତ ଗ୍ରାମବାସୀ ରୁଣ୍ଡ ହୋଇ ୬ଜଣ ଗୋରୁ ଚୋରୁଙ୍କୁ କାବୁ କରିଥିଲେ। ଦୁଇଜଣ ଫେରାର ହୋଇଯାଇଥିଲେ।

ଏ ସମ୍ପର୍କରେ ଲୋକେ ଘଟଗାଁ ଥାନାକୁ ଜଣାଇଥିଲେ। ଖବର ପାଇ ଘଟଗାଁ ଆଇଆଇସି ପ୍ରତିଭା ମଞ୍ଜରୀ ସାହୁ ଏବଂ ଏସ୍‌ଆଇ ତପନ ଜେନା ପହଞ୍ଚି ସେମାନଙ୍କୁ ଥାନାକୁ ନେଇଥିଲେ। ଏନେଇ ଘଟଗାଁ ଥାନାରେ କେସ୍‌ ନମ୍ବର ୨୦୦/୨୦୨୧ରେ ଏକ ମାମଲା ରୁଜୁ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗଦାଧରପୁରର ଅମରେନ୍ଦ୍ର ପ୍ରଧାନ (୪୮), ଯାଜପୁରର ଶଙ୍କର୍ଷଣ ଦାସ (୩୩), କେନ୍ଦୁଝରର ଶିବାନନ୍ଦ ମାଟିଆ (୨୭), ଯାଜପୁରର ଅନନ୍ତ ବେହେରା (୨୭), ଅରୁଣ ବେହେରା (୨୬)ଏବଂ ଟମକାର ପ୍ରଧାନ ହାନଗାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଏକ ଗାଡ଼ିକୁ ପୁଲିସ ଗରିଫ କରିଛି।

ସମ୍ବନ୍ଧିତ ଖବର