ଭିମ୍‌ସାରରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଅସ୍ତ୍ରୋପଚାର ଠପ୍‌, ୨ ଦିନରେ ୬ ଶିଶୁଙ୍କ ମୃତ୍ୟୁ

ସମ୍ବଲପୁର : କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଭିମ୍‌ସାରରେ କେବଳ ଜରୁରୀ ଅସ୍ତ୍ରୋପଚାରକୁ ବାଦ୍‌ଦେଇ ଅନ୍ୟ ସମସ୍ତ ଅସ୍ତ୍ରୋପଚାର ବାତିଲ୍‌ କରିଦିଆଯିବା ପରେ ସ୍ଥିତି ଏବେ ଉଦ୍‌ବେଗଜନକ ହେବାକୁ ବସିଲାଣି। ଗୁରୁବାର ଓ ଶୁକ୍ରବାର ୨ ଦିନରେ ମୋଟ ୨୨ଟି ସିଜରିଆନ୍‌ ଅସ୍ତ୍ରୋପଚାର ବାତିଲ୍‌ କରାଯିବା ପରେ ୬ ଜଣ ଶିଶୁଙ୍କର ମୃତ୍ୟୁ ହେଲାଣି। କିଛି ଦିନ ପୂର୍ବେ ବୁର୍ଲା ବଡ଼ ଡାକ୍ତରଖାନାରେ ଆଇସିୟୁ ଅଭାବରୁ ଶିଶୁ ମୃତ୍ୟୁହାର ବୃଦ୍ଧି ପାଇବା ପରେ ଏହା ଦେଶ ବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା। ଘଟଣା ସମ୍ପର୍କରେ ଭିମ୍‌ସାର ଜନସମ୍ପର୍କ ଅଧିକାରୀ ତଥା ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ସହକାରୀ ପ୍ରଫେସର ଡା.ବେଣୁଧର ପାଣ୍ଡେଙ୍କୁ ଯୋଗାଯୋଗ କରାଯିବାରେ ରୁଟିନ୍‌ ଅସ୍ତ୍ରୋପଚାର ବାତିଲ୍‌ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଥିବାରୁ ଏଭଳି ସ୍ଥିତି ଉପୁଜୁଥିବା କହିଥିଲେ।

ସମ୍ବନ୍ଧିତ ଖବର