କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛଅ ଶିଶୁଙ୍କର ମୃତ୍ୟୁ: କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ଚବିଶ ଘଣ୍ଟା ମଧ୍ୟ୍ୟରେ ଛଅଟି ଶିଶୁଙ୍କର ମୃତ୍ୟୁ ହେବାପରେ ଉତ୍ତେଜନା ପ୍ରକାଶ ପାଇଛିl ଯୋଡ଼ା ଅଂଚଳର ପ୍ରିୟଙ୍କା ମୁଦୁଲି, ଦୀପେଶ ନାୟକ, କାମ ଦେହୁରୀ, ବିଭୀଷଣ ରାଉତ ଏବଂ ମିଥୁନ ନାୟକଙ୍କ ଅଭିଯୋଗ ଅନୁସାରେ ସେମାନଙ୍କ ଶିଶୁଙ୍କ ସମେତ ମୋଟ ଛଅଟି ଶିଶୁ ମୃତ୍ୟୁବରଣ କରିଛନ୍ତି। ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତକାଲିଠାରୁ ଶିଶୁଙ୍କୁ ଅକ୍ସିଜେନ ଦେବାକୁ ବାପା ମାମାନେ ସମସ୍ତଙ୍କୁ ନେହୁରା ହୋଇଥିଲେ ବି କେହି ଶୁଣି ନଥିଲେ। ଫଳରେ ସେମାନଙ୍କ ଶିଶୁଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ଏବେ କେନ୍ଦୁଝରରେ ଆଲୋଡ଼ନ ସୃଷ୍ଟି କରିଛି।

ଏବେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉପଜିଲ୍ଲାପାଳ, ଅତିରିକ୍ତ ଏସପି ଓ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ରହିଛନ୍ତି।

ଏଣେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ ଏଠାରେ ମାତ୍ର ୪ ଶିଶୁଙ୍କର ମୃତ୍ୟୁ ହୋଇଛି। ଆଉ ୨ ଜଣଙ୍କ ପ୍ରାଣହାନି ସଂପର୍କରେ କୌଣସି ଖବର ନାହିଁ।

ସମ୍ବନ୍ଧିତ ଖବର