ବ୍ରହ୍ମପୁର: ବ୍ୟବସାୟିକ ସହର ବ୍ରହ୍ମପୁର ସହରରେ ଆଜି ୬ଟି ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି। ବ୍ରହ୍ମପୁର ମହାନଗର ନିଗମ କମିସନର ଚକ୍ରବର୍ତ୍ତୀ ସିଂହ ରାଠୋର ଏକ ବିଜ୍ଞପ୍ତି ପ୍ରକାଶ କରି ଏହି ଘୋଷଣା କରିଛନ୍ତି। ସହରର ସାହୁ କଲୋନିସ୍ଥିତ ୪ ନମ୍ବର ଓ୍ଵାର୍ଡ, ବାବା ନଗରର ୪ ନମ୍ବର ଲେନ୍, ତୁଳସୀ ନଗରସ୍ଥିତ ୬ ନମ୍ବର ଲେନ୍, ଏଆଇଆର କାର୍ଯ୍ୟାଳନ ନିକଟ ବ୍ୟାଙ୍କ କଲୋନିର ପ୍ରଥମ ଲେନ୍, ଗାନ୍ଧି ନଗରସ୍ଥିତ ୪ ନମ୍ବର ଲେନ୍ ଓ ବର୍ମା କଲୋନିକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଉପରୋକ୍ତ ୬ଟି ନିଷିଦ୍ଧାଞ୍ଚଳକୁ ବାହାର ପଟରୁ କୌଣସି ଲୋକ ପ୍ରବେଶ କରିପାରିବେ ନାହିଁ। ସେହିଭଳି ନିଷିଦ୍ଧାଞ୍ଚଳରୁ ବାହାରକୁ କେହି ଯାଇପାରିବେ ନାହିଁ। କେବଳ ଜରୁରୀ କାମ ଥିଲେ ବାହାରକୁ ଯିବା ପାଇଁ ଅନୁମତି ମିଳିବ।
କଣ୍ଟେନମେଣ୍ଟ ଜୋନରେ ଦୋକାନ ବଜାର ବନ୍ଦ ରହିବ। ଅତ୍ୟାବଶ୍ୟକ ଜିନିଷ ଓ ଔଷଧ ସାମଗ୍ରୀ ମହାନଗର ନିଗମ ପକ୍ଷରୁ ଯୋଗାଇ ଦିଆଯିବ। ସେହିଭଳି କଣ୍ଟେନମେଣ୍ଟ ଜୋନରେ ଥିବା ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ। ବିଏମସି ଅଧିନରେ ଥିବା କଣ୍ଟେନମେଣ୍ଟ ଜୋନରେ ଅଧିକାରୀ ଓ ନୋଡାଲ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।
/sambad/media/post_attachments/wp-content/uploads/2020/06/BHM-724x1024.jpg)
ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିସନର ଆଶୁତୋଷ ସାମଲ, ସାନିଟେସନ ପାଇଁ ବିଏମ୍ସିର ଡେପୁଟି କମିସନର ରୋମାଂଚଳ ଖମାରୀ, ସ୍ୱାସ୍ଥ୍ୟ ପାଇଁ ଜାତୀୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନର ଲମ୍ବୋଦର ଦିଗାଲ, ଆକ୍ଟିଭ ସରଭାଇଲାନ୍ସ ପାଇଁ ମଳୟ ବିଶ୍ୱାଳ ଓ ପ୍ରବୀଣ କୁମାର ଜୋନାଙ୍କୁ ଦାୟିତ୍ୱ ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ଅଧିକାଂଶ କରୋନା ଭାଇସର ପଜିଟିଭ ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ବ୍ରହ୍ମପୁରରେ ମଧ୍ୟରେ କରୋନା କାୟା ବସ୍ତାର କରିଥିବାରୁ ଏବେ ମଙ୍ଗଳବାର ଯାଏଁ ୪ ଦିନିଆ ସଟ୍ଡାଉନ ଲାଗୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/contenment-zone.jpg)