ସମ୍ବଲପୁର: କେନାଲକୁ ବରଯାତ୍ରୀ ଗାଡି ଖସିପଡିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। ଗାଡିଟି ଭାରସାମ୍ୟ ହରାଇ ଶାସନ କେନାଲକୁ ଖସି ପଡିବାରୁ ପାଣିରେ ବୁଡି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଏଥିସହିତ ଜଣେ ନିଖୋଜ ଥିବା ସୂଚନା ମିଳିଛି।
ବରଯାତ୍ରୀ ଭାବେ ଏକ ବିବାହ ଭୋଜିରେ ଯୋଗଦେବାକୁ ଏକ ଗାଡ଼ିରେ ଝାରସୁଗୁଡାରୁ ସମ୍ବଲପୁରର ପାରମାଣପୁରକୁ ଆସିଥିଲେ। ବିବାହ ଭୋଜିରୁ ଫେରୁଥିବା ବେଳେ ରାତି ପ୍ରାୟ ୨ଟା ବେଳେ ଶାସନ କେନାଲ ନିକଟରେ ଗାଡିଟି ଭାରସାମ୍ୟ ହରାଇ କେନାଲକୁ ଖସି ପଡିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Accident_Thumbnail.jpg)