ବଜ୍ରପାତରେ ୬ ମୃତ : ମୃତକଙ୍କ ମଧ୍ୟରେ ୨ ଚାଷୀ, ୩ ଯୁବକ

ବାଲିକୁଦା/ମହାକାଳପଡ଼ା/ଆନନ୍ଦପୁର/ କବିସୂର୍ଯ୍ୟନଗର : ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ବର୍ଷା ‌େଯାଗୁ ବଜ୍ରପାତ ହୋଇଛି। ଏହି ବଜ୍ରପାତରେ ୬ଜଣଙ୍କ ପ୍ରାଣହାନି ଘଟିଥିବା ଖବର ମିଳିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ୨ ଜଣ ଚାଷୀ, ୩ ଜଣ ଯୁବକ ଓ ଅନ୍ୟ ଜଣେ ଯୁବତୀ। ବଜ୍ରପାତରେ ଜଗତସିଂହପୁର ଓ କେନ୍ଦ୍ରାପଡା ଅଞ୍ଚଳରେ ଦୁଇ ଜଣ ଚାଷୀ ପ୍ରାଣ ହରାଇଥିବା ବେଳେ ଗୋଟିଏ ଗାଈର ବି ମୃତ୍ୟୁ ଘଟିଛି। ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍‌ ବୋରିକିନା ପଂଚାୟତ ବିରିବେଦୀରେ ଆଜି ବଜ୍ରପାତ ଘଟି ଚାଷୀ ସୁଶାନ୍ତ କୁମାର ମୁଦୁଲି (୫୦) ଓ ତାଙ୍କ ଗାଈର ମୃତ୍ୟୁ ଘଟିଛି। ସେହିଭଳି, କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ବାରଡାଙ୍ଗ ପଂଚାୟତ ମଳାଢ଼ିହ ଗ୍ରାମର ଶରତ ଜେନାଙ୍କ ପୁଅ ସରୋଜ (୩୨)ଙ୍କର ମୃତ୍ୟୁ ଘଟିଛି l କଟକ ଟାଙ୍ଗୀ ଅନ୍ତର୍ଗତ କୁଆଁରିଗାଁର ନିତ୍ୟାନନ୍ଦ ସ୍ବାଇଁଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବାବେଳେ ଆଖପାଖ ଅଞ୍ଚଳର ୫ ଜଣ ଆହତ ହୋଇଛନ୍ତି।

ଅନ୍ୟପକ୍ଷରେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ପଞ୍ଚାୟତ ବିର୍ସାମୁଣ୍ତା ପଡ଼ିଆ ନିକଟରେ ବଜ୍ରପାତରେ ଆଜି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ତରତରା ପଞ୍ଚାୟତ ଦୁଡୁଗାଁ ଗ୍ରାମର ଦିଲୀପ ଚକ୍ର(୩୦)। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଧୀନ ପାଇକଯମୁନା ଧୋବାସାହିରେ ଆଜି ବଜ୍ରାପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣ ହେଲେ ଅର୍ଜୁନ ଗୌଡ଼ଙ୍କ ପୁଅ ବଳରାମ ଗୌଡ଼। ଏଥିରେ ତାଙ୍କ ମା’ ରୀନା ଗୌଡ଼ (୫୦) ଓ ବଡ଼ଭାଇ ବାଳି (୨୦) ଗୁରୁତର ହୋଇଛନ୍ତି। ସେହିଭଳି,ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିରେ ଜଣେ ଯୁବତୀଙ୍କର ପ୍ରାଣହାନି ଘଟିଛି। ମୃତ ଯୁବକ ହେଲେ, ସୁନୀତା ନାୟକ (୨୨)।

ସମ୍ବନ୍ଧିତ ଖବର