ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍ ରେବଣାପଳାଶପାଳ ପଞ୍ଚାୟତ ବାଙ୍ଗୁରୁଶୁଣି ଗ୍ରାମ ବଙ୍ଗାଚପଲ ସାହିରେ ମଙ୍ଗଳବାର ଅପରାହ୍ଣରେ ଅଗ୍ନିକାଣ୍ଡ ଘଟି ୬ ବଖରା ଘର ପୋଡ଼ିଯିବା ସହ ୨ଟି ଘୁଷୁରି ଓ ଗୋଟିଏ ଛେଳି ପ୍ରାଣ ହରାଇଛନ୍ତି। ଅଗ୍ନିକାଣ୍ଡରେ ବୁଡ଼ାନ ସିଂ ମୁଣ୍ଡାଙ୍କ ଦୁଇବଖରା ଘର, ପାଳଗଦା, ଧାନଚାଉଳ, ଆସବାବପତ୍ର ପୋଡ଼ିଯିିବା ସହ ୨ଟି ଘୁଷୁରି ପ୍ରାଣ ହରାଇଛନ୍ତି। ଘରେ ଥିବା ୪ ହଜାର ଟଙ୍କା ପୋଡ଼ି ପାଉଁଶ ହୋଇଯାଇଛି। ସେହିପରି ବାବୁଲି ମୁଣ୍ଡାଙ୍କ ଦୁଇ ବଖରା ଘର, ଧାନଚାଉଳ, ୧୦ ହଜାର ଟଙ୍କା ଏବଂ ଗୁରୁଚରଣ ମୁଣ୍ଡାଙ୍କ ୨ ବଖରା ଘର, ୮ ହଜାର ଟଙ୍କା ପୋଡ଼ିଯିବା ସହ ଗୋଟିଏ ଛେଳିର ମୃତ୍ୟୁ ଘଟିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କ୍ଷତିଗ୍ରସ୍ତ ପରିବାରକୁ ଆବାସ ଯୋଜନାରେ ଘର ଯୋଗାଇଦେବା ସହ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ବଙ୍ଗାଚପଲରେ ଜଳିଗଲା ୬ ବଖରା
/sambad/media/post_attachments/wp-content/uploads/2021/02/harichandanpur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)