ଚିକିଟି: କେ.ନୂଆଗାଁ ଥାନା ଓ ନୂଆପଡ଼ା ଫାଣ୍ଡି ଅଧୀନ ଚାନ୍ଦପୁର ଗ୍ରାମ ବାଲିବାଟ ନିକଟରେ ମଙ୍ଗଳବାର ବିଳମ୍ବିତ ରାତି ସାଢ଼େ ୨ଟାରେ ଏକ ବାଇକ୍ ଧକ୍କାରେ ୬ ଜଣ କାଉଡ଼ିଆ ଆହତ ହୋଇଛନ୍ତି। ସେମାନେ ହେଲେ, ଦିଗପହଣ୍ଡି ବ୍ଲକ୍ ସିଏଚ୍.ଟିକରପଡ଼ା ଗ୍ରାମର କୈବଲ୍ୟ ସାହୁ (୩୭), କାଳିଆ ସାହୁ (୪୦), ସନାତନ ସାହୁ (୨୨), ଚନ୍ଦନ ସାହୁ (୧୫), ଭଗବାନ ସାହୁ (୧୭), ରଂଜନ ସାହୁ (୨୭) ଓ ବାଇକ୍ ଚାଳକ ଭାଲୁ ଦାସ। ବମକୋଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯଇଛି। କାଉଡ଼ିଆମାନେ ମୌଳାଭଞ୍ଜା ନଦୀରୁ ପାଣି ଉଠାଇ ନିଜ ସିଏଚ.ଟିକରପଡ଼ାସ୍ଥିତ ଶିବମନ୍ଦିରକୁ ଆସୁଥିଲେ। ଏହି ସମୟରେ ଚାନ୍ଦପୁର ଗ୍ରାମର ଭାଲୁ ଦାସଙ୍କ ବାଇକ୍ ଭାରସାମ୍ୟ ହରାଇ ସେମାନଙ୍କୁ ଧକ୍କା ଦେଇ ଚଢ଼ିଯାଇଥିଲା। ସମସ୍ତଙ୍କୁ ବମକୋଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ବିଜେପି ନେତା ଉତ୍ତମ ପାଣିଗ୍ରାହୀ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।
ବାଇକ୍ ଧକ୍କାରେ ୬ ଜଣ କାଉଡ଼ିଆ ଆହତ
/sambad/media/post_attachments/wp-content/uploads/2023/08/cfc7df95-d091-4e51-b55c-d0473e87fe80.jpeg)