ଆନ୍ଧ୍ରରେ ଚିଙ୍ଗୁଡି କାରଖାନରେ ୬ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା: ପ୍ରଶାସନକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଆନ୍ଧ୍ର ରାଜ୍ୟପାଳ

ଭୁବନେଶ୍ବର : ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ଅନ୍ତର୍ଗତ ରିପାଲି ମଣ୍ଡରଳ ଲଙ୍କେବାଣିଡିବା ଗ୍ରାମରେ ଅବସ୍ଥିତ ସ୍ରିମ ପଣ୍ଡ ନାମକ ଏକ ଚିଙ୍ଗୁଡ଼ି କାରଖାନରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟରତ ୬ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କର ପୋଡ଼ି ହୋଇ ମୃତ୍ୟୁ ହୋଇଛି। ଏହି ଘଟଣା ଜାଣିବା ପରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମର୍ମାହତ ହେବା ସହ ଦୁଃଖପ୍ରକାଶ କରିଛନ୍ତି। ଏହାସହ ଘଟଣାର ତଦନ୍ତ ପାଇଁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ସହ କଥା ହୋଇଛନ୍ତି। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ଉକ୍ତ କମ୍ପାନିକକୁ କ୍ଷତିପୂରଣ ରାଶି ପ୍ରଦାନ ନିର୍ଦ୍ଦେଶ ଦେବା ସହ ଦାୟୀ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ କହିଛି। ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର