ଗଡ଼ିବ ଆଉ ୬ ଯୋଡ଼ା ଟ୍ରେନ୍‌

ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଓ ଏହା ମଧ୍ୟ ଦେଇ ଅଧିକ ବିଶେଷ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବତଟ ରେଳପଥ ମଧ୍ୟରୁ ୬ ଯୋଡ଼ା ବିଶେଷ ଟ୍ରେନ୍ ଓ ଏହା ମଧ୍ୟ ଦେଇ ଏକ ଯୋଡ଼ା ଟ୍ରେନ୍‌ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ଏହାବ୍ୟତୀତ ଆହୁରି କିଛି ବିଶେଷ ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମାରୁ ସ୍ଥିରୀକୃତ ସମୟ ମଧ୍ୟରେ ଚାଲିବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି।

ଭୁବନେଶ୍ବର-କୃଷ୍ଣରାଜପୁରମ୍(ବେଙ୍ଗାଲୁରୁ)-ଭୁବନେଶ୍ବର ବିଶେଷ ଟ୍ରେନ୍‌ ଜୁଲାଇ ୧୪ରୁ ଭୁବନେଶ୍ବରରୁ ପ୍ରତି ବୁଧବାର ଓ କୃଷ୍ଣରାଜପୁରମ୍‌ରୁ ଜୁଲାଇ ୧୫ରୁ ପ୍ରତି ଗୁରୁବାର ଛାଡ଼ିବ। ସେହିପରି ବିଶାଖାପାଟଣା-ଭୁବନେଶ୍ବର-ବିଶାଖାପାଟଣା ଦୈନନ୍ଦିନ ଚଳାଚଳ କରିବାକୁ ଥିବା ବିଶେଷ ଟ୍ରେନ୍‌(୦୮୫୭୦/୦୮୫୬୯) ବିଶାଖାପାଟଣାରୁ ଜୁଲାଇ ୧୪ରୁ ଓ ଭୁବନେଶ୍ବରରୁ ଜୁଲାଇ ୧୫ରୁ ଚାଲିବ। ବିଶାଖାପାଟଣା-ଭଗତ କି କୋଠି-ବିଶାଖାପାଟଣା ସ୍ପେସାଲ୍(୦୮୫୭୩/୦୮୫୭୪) ଭାୟା ରାୟଗଡ଼ା ଓ ଟିଟିଲାଗଡ଼ ବିଶାଖାପାଟଣାରୁ ଆସନ୍ତା ୮ ତାରିଖରୁ ଓ ଭଗତ କି କୋଠିରୁ ୧୦ରୁ ଛାଡ଼ିବ। ବିଶାଖାପାଟଣା-ଟାଟାନଗର-ବିଶାଖାପାଟଣା ସ୍ପେସାଲ୍(୦୮୫୭୨/୦୮୫୭୧) ଭାୟା ଭୁବନେଶ୍ବର ଓ କେନ୍ଦୁଝରଗଡ଼ ବିଶାଖାପାଟଣାରୁ ୧୧ରୁ ଓ ଟାଟାରୁ ଜୁଲାଇ ୧୨ରୁ ପ୍ରତି ସୋମବାର ଦିନ ଚାଲିବ।

ସେହିପରି ବିଶାଖାପାଟଣା-ଦୀଘା-ବିଶାଖାପାଟଣା, ବିଶାଖାପାଟଣା-ନାନ୍ଦେଡ୍-ବିଶାଖାପାଟଣା, ସାନ୍ତ୍ରାଗାଛି-ତିରୁପତି-ସାନ୍ତ୍ରାଗାଛି ବିଶେଷ ଟ୍ରେନ୍‌ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

ସମ୍ବନ୍ଧିତ ଖବର