ମାଲକାନଗିରି: ଗତ ୨୩ ତାରିଖରେ ଛତିଶଗଡ଼ର ସୁକମା ଅଂଚଳର ଟେକଲଗୁଡା ଠାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ଦୁଇ ଜଣ ଯବାନଙ୍କୁ ହତ୍ୟା କରିଥିବା ୬ ଜଣ ନକ୍ସଲଙ୍କୁ ଗିରଫ କରିଛି ସୁକମା ପୁଲିସ। ନକ୍ସଲ ଲ୍ୟାଣ୍ଡମାଇନ ବିସ୍ଫୋରଣ ପରେ ପୁଲିସ ସର୍ଚ୍ଚଅପରେସନକୁ ଜୋରଦାର କରିଥିଲା। ଫଳରେ ଏହି ଘଟଣାରେ ସଂପୃକ୍ତ ଥିବା ୬ ଜଣ ନକ୍ସଲଙ୍କୁ ପୁଲିସ ଗିରଫ କରିବା ପରେ ସେମାନଙ୍କ ଠାରୁ ବହୁ ମାତ୍ରାରେ ବିସ୍ପୋରକ ଜବତ କରିଛି। ଏସପି କିରଣ ଚୌହାନଙ୍କ କହିବା ଅନୁଯାୟୀ ଏମାନେ ଯବାନଙ୍କ ଗାଡି ଉପରେ ନଜର ରଖିଥିଲେ। ଗାଡି କେତେବେଳେ ଯାଉଛି କେତେବେଳେ ଆସୁଛି ସବୁ ନଜର ରଖି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ୨୩ ତାରିଖରେ କୋବ୍ରା ଯବାନଙ୍କ ଗାଡି ରାସନ ସାମାନ ଆଣିବା ପାଇଁ ଯାଇ ଫେରୁଥିବା ବେଳେ ନକ୍ସଲ ଏହି ଗାଡିକୁ ଟାର୍ଗେଟ କରିଥିଲେ। ଫଳରେ ୨ ଜଣଯବାନ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ।
ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ୨ ଯବାନଙ୍କୁ ହତ୍ୟା କରିଥିବା ୬ ନକ୍ସଲ ଗିରଫ
/sambad/media/post_attachments/wp-content/uploads/2024/06/Mkg-naxal-arrested.jpg)