ମାଲକାନଗିରି: ଧିରେ ଧିରେ ଭୁଶୁଡୁଛି ଲାଲଗଡ। ପୁଲିସ ମାଓଦମନରେ ସଫଳତା ପାଇବାରେ ଲାଗିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲା ଥାନା ଭାନସି ଠାରେ ଅବସ୍ଥାପିତ ୨୩୦ ସିଆରପିଏଫ ବାଟାଲିୟନ ନିକଟରେ ଜଣେ ମହିଳା ସମେତ ୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସିଆରପିଏଫ ଡିଆଇଜି ବିନୟ କୁମାରଙ୍କ ନିକଟରେ ଏହି ୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କୋସାରାମ ସାଡି, ଇର୍ମା ମାଡବି, ଇର୍ମା କାବାସି, ମଙ୍ଗଲୁ କୁଞ୍ଜାମ, ସୋମଡି ନିକାମ ଓ ମହେଶ ମାରକମ। ବର୍ତ୍ତମାନ ସୁଦ୍ଧା ପୁଲିସକୁ ମିଳିଥିବା ସଫଳତା ମଧ୍ୟରୁ ୧୨୪ ଜଣ ହାର୍ଡକୋର ମାଓବାଦୀ ସମେତ ୫୦୬ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଲେଣି। ଏମାନଙ୍କ ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି ଡିଆଇଡି ପ୍ରକାଶ କରିଥିଲେ। ତେବେ ସବୁଠାରୁ ବଡ କଥା ହେଲା ନକ୍ସଲ ଏବେ ଆଉପାର୍ଟିରେ ନରହି ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାଇବାକୁ ଚିନ୍ତା କରିଛନ୍ତି। ପ୍ରଶାସନ ତରଫରୁ ସେମାନଙ୍କୁ ସବୁ ପ୍ରକାର ସୁବିଧା ପ୍ରଦାନ କରାଯିବ ବୋଲି କୁହାଯାଇଛି। ପୁଲିସର ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସେମାନଙ୍କୁ ସ୍ବାବଲମ୍ବୀ କରାଯିବ।
ଭୁଶୁଡୁଛି ଲାଲଗଡ! ଆତ୍ମସମର୍ପଣ କଲେ ୬ ମାଓବାଦୀ
/sambad/media/post_attachments/wp-content/uploads/2022/02/Mkg-6-naxal-surender-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)