୬ ଓଏଏସ୍‌ ଅଫିସର୍‌ଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟା

ଭୁବନେଶ୍ବର : ରାଜ୍ୟ ସରକାର ଆଜି ୬ ଜଣ ବରିଷ୍ଠ ଓଏଏସ୍‌ ଅଫିସର୍‌ଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ସେମାନେ ହେଲେ ମୁଖ୍ୟ ଶାସନ ସଚିବଙ୍କ ଓଏସ୍‌ଡି ଦିଲ୍ଲୀପ ରାଉତରାଏ, ବ୍ରହ୍ମପୁର ବନ୍ଦୋବସ୍ତ ଅତିରିକ୍ତ କମିସନର୍‌ ସୂର୍ଯ୍ୟମାଧବ ପାଣିଗ୍ରାହୀ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ସରୋଜ କୁମାର ପଟେଲ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ସୁମନ ବେହେରା, ଓମ୍‌ବାଡ୍‌ସିର ମହାପ୍ରବନ୍ଧକ ସୁଧାକର ବୁର୍ଗୀ ଓ କେନ୍ଦୁଝର ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝୀ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି।

ଏହା ବାଦ୍ ୯ ଜଣ ଓଏଏସ୍‌ ଅଫିସର୍‌ଙ୍କୁ ଏସ୍‌ଏଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେମାନେ ହେଲେ ସନ୍ତୋଷ କୁମାର ଦାଶ, ଅନିଲ କୁମାର ପଟ୍ଟନାୟକ, ମଧୁସୂଦନ ଦାସ, ପ୍ରେମଜିତ ନାୟକ, ଅରୁଣ କୁମାର ମହାପାତ୍ର, ନରହରି ସେଠୀ, ଯୁଗଳେଶ୍ବରୀ ଦାସ, ମଞ୍ଜୁଲତା ସ୍ବାଇଁ ଓ ମଧୁମିତା ରଥ। ଏହି ଅଧିକାରୀମାନେ ନିଜ ନିଜ ପଦବିରେ କାର୍ଯ୍ୟ ଜାରି ରଖିବେ ବୋଲି ନି‌ର୍ଦ୍ଦେଶନାମାରେ କୁହାଯାଇଛି।

ସମ୍ବନ୍ଧିତ ଖବର