୬ ଓଏଏସ୍‌ ଅଫିସର୍‌ଙ୍କ ବଦଳି

ଭୁବନେଶ୍ବର : ରାଜ୍ୟ ସରକାର ଆଜି ୬ ଜଣ ଓଏଏସ୍‌ ଅଫିସର୍‌ଙ୍କ ବଦଳି କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞାନ ଓ କାରିଗରୀ ବିଭାଗର ଅତିରିକ୍ତ ସଚିବ କୈଳାସ ଚନ୍ଦ୍ର ସାହୁଙ୍କୁ ଗୋପବନ୍ଧୁ ଏକାଡେମିର ଅତିରିକ୍ତ କମିସନର୍‌ ଭାବେ ନିଯୁକ୍ତି ଦିଆଯାଇଛି। ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର୍‌ ଅଶୋକ କୁମାର ଦାଶଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷର ସଚିବ, ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର୍‌ ଅମରସିଂହ ସୋରେନ୍ ବାଲେଶ୍ବର ବନ୍ଦେବାସ୍ତର ଅତିରିକ୍ତ କମିସନର୍‌, ଓସ୍‌ଡମାର ପୂର୍ବତନ ମହାପ୍ରବନ୍ଧକ ପ୍ରଦୀପ କୁମାର ନାୟକ-୨ଙ୍କୁ ଦେବଗଡ଼ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ମାହାଙ୍ଗାର ପୂର୍ବତନ ବିଡିଓ ସୁବୋଧ ଆଚାର୍ଯ୍ୟଙ୍କୁ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ଓ ଓଡ଼ଗାଁର ପୂର୍ବତନ ବିଡିଓ ମାୟାଧର ବେହେରାଙ୍କୁ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ଆର୍‌ଡିସିର କାର୍ଯ୍ୟାଳୟରେ ଉପ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

ଏହା ବାଦ୍ ତିନି ଜଣଙ୍କ ଓଏଏସ୍‌ ଅଫିସର୍‌ଙ୍କର ପୂର୍ବରୁ ହୋଇଥିବା ବଦଳି ବାତିଲ୍‌ କରାଯାଇଛି। ସେମାନେ ହେଲେ ବିଜ୍ଞାନ ଓ କାରୀଗରି ବିଭାଗର ଅତିରିକ୍ତ ସଚିବ ଲକ୍ଷ୍ମୀଧର ଦାସ, ଅବକାରୀ ବିଭାଗର ଯୁଗ୍ମ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଓ ରାଜସ୍ବ ପର୍ଷଦର ଯୁଗ୍ମ ସଚିବ ସନ୍ତୋଷୀ ସାହୁ।

ସମ୍ବନ୍ଧିତ ଖବର