ଭଦ୍ରକ: ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ର ସୃଜନ ପୁରସ୍କାର ଚଳିତ ବର୍ଷ ପାଇଁ ଘୋଷଣା ହୋଇଛି। ‘ଟାଇମ୍‍ପାସ୍‌’ ପ୍ରକାଶନୀ ପକ୍ଷରୁ ଭଦ୍ରକଠାରେ ତିନିବର୍ଷ ଧରି ଆୟୋଜିତ ହୋଇଆସୁଥିବା ଏହି ଦ୍ବିଦିବସୀୟ ସାହିତ୍ୟ ଉତ୍ସବର ଚଳିତ ସଂସ୍କରଣରେ ଭଦ୍ରକର ବରପୁତ୍ରମାନଙ୍କ ନାମରେ ନାମିତ ଆଠଜଣ ବିଶିଷ୍ଟ ପ୍ରତିଭାଙ୍କୁ ସୃଜନ ପୁରସ୍କାର ଓ ଛଅ ଜଣ ବ୍ୟକ୍ତିବିଶେଷଙ୍କୁ ସାହିତ୍ୟସଖା ସମ୍ମାନ ପ୍ରଦାନ କରାଯିବ।

Advertisment

Peace Talk: ‘ନା’ କହିବାରେ ତେହେରାନର ଶକ୍ତି ନିହିତ: ଅରାଘଚି

କଥାଶିଳ୍ପୀ ଡ. ପ୍ରତିଭା ରାୟଙ୍କୁ ‘ନିତ୍ୟାନନ୍ଦ ମହାପାତ୍ର ଉପନ୍ୟାସ ପୁରସ୍କାର’, କବି ଅପର୍ଣ୍ଣା ମହାନ୍ତିଙ୍କୁ ‘କବିଶେଖର ଚିନ୍ତାମଣି ମହାନ୍ତି କବିତା ପୁରସ୍କାର’, ବରିଷ୍ଠ କଥାଶିଳ୍ପୀ ଦାଶ ବେନହୁରଙ୍କୁ ‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଗଳ୍ପ ପୁରସ୍କାର’, ସମାଲୋଚକ ପ୍ରଫେସର କଇଳାସ ପଟ୍ଟନାୟକଙ୍କୁ ‘ହରେକୃଷ୍ଣ ମହତାବ ପ୍ରବନ୍ଧ ପୁରସ୍କାର’, ଅନୁବାଦକ ପ୍ରଦୀପ କୁମାର ରାୟଙ୍କୁ ‘ଲକ୍ଷ୍ମୀନାରାୟଣ ମହାନ୍ତି ଅନୁବାଦ ପୁରସ୍କାର’, ନାଟ୍ୟ ନିଦ୍ଦେର୍ଶକ ଲାଲା ବୀରେନ୍‌ ରାୟଙ୍କୁ ‘ବଂଶୀବଲ୍ଲଭ ଗୋସ୍ୱାମୀ ନାଟକ ପୁରସ୍କାର’, କଣ୍ଠଶିଳ୍ପୀ ଶେଖର ଘୋଷଙ୍କୁ ‘ମନମୋହନ ସାବତ ସଙ୍ଗୀତ ପୁରସ୍କାର’ ଓ ସିନେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ‘ନୀରଦ ମହାପାତ୍ର ଚଳଚ୍ଚିତ୍ର ପୁରସ୍କାର’ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି। ପ୍ରତ୍ୟେକଙ୍କୁ ଦଶହଜାର ଟଙ୍କାର ଅର୍ଥରାଶି ସହିତ ସମ୍ମାନପତ୍ର ଓ ଫଳକ ପ୍ରଦାନ କରାଯିବ।

Literary Discussions: ସାହିତ୍ୟକୁ ବଞ୍ଚାଇବା ପାଇଁ ଆଗାମୀ ପିଢିଙ୍କୁ ଗୁରୁତ୍ବ

ଏଥିସହିତ ସାହିତ୍ୟସଖା ସମ୍ମାନରେ ସମ୍ବର୍ଦ୍ଧିତ ହେବେ ‘ଝଙ୍କାର’ ପତ୍ରିକାର ସମ୍ପାଦକ ସରୋଜ ରଞ୍ଜନ ମହାନ୍ତି, ଭଦ୍ରକର  ସାହିତ୍ୟାନୁରାଗୀ ଅଜୟ ନାୟକ, ବାଲେଶ୍ୱରର ସାହିତ୍ୟ ସଂଗଠକ ପ୍ରଶାନ୍ତ କୁମାର ଦାସ, ‘ପକ୍ଷୀଘର’ର ପ୍ରକାଶକ ବନୋଜ ତ୍ରିପାଠୀ, ‘ଆକାଂକ୍ଷା’ର ସଂପାଦକ ସୁରେଶ ନାୟକ ଏବଂ  ପ୍ରଚ୍ଛଦଶିଳ୍ପୀ ଚୂଡ଼ାମଣି ଦାସ। ଫେବ୍ରୁଆରି ୧୪ ଓ ୧୫ ଦୁଇଦିନ ଧରି ସାଳନ୍ଦୀ ବାଇପାସ୍‌ସ୍ଥିତ ‘ସଙ୍ଗମ କନଭେନ୍‍ସନ୍‌’ରେ ଉତ୍ସବରେ ସାହିତ୍ୟର ବିଭିନ୍ନ ସଂପାନ ଓ ଆବୃତ୍ତି ସହିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘କାନ୍ଦମାଷ୍ଟ୍ରେ’ର ପ୍ରିମିୟର୍‌ ସୋ’ ଅନୁଷ୍ଠିତ ହେବ ବୋଲି ଉତ୍ସବର ନିର୍ଦ୍ଦେଶକ ସରୋଜ ବଳ ଓ ସଭାପତି  ପବିତ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି।