ଆଜି ପହଞ୍ଚିବ ୬ଟି ଶ୍ରମିକ ଟ୍ରେନ୍‌

ଭୁବନେଶ୍ବର : ପ୍ରବାସୀ ଓଡ଼ିଆଙ୍କୁ ଧରି ଆଉ ୬ଟି ଟ୍ରେନ୍‌ ଓଡ଼ିଶା ଅଭିମୁଖେ ବାହାରିଛି। ସୁରତରୁ ୨ଟି ଟ୍ରେନ୍‌ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ଅଭିମୁଖେ ବାହାରିଥିବା ‌ବେଳେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର, ଗୁଜୁରାଟର ଥାନେଗଡ଼, ମହାରାଷ୍ଟ୍ରର ଥାନେ ଓ ମୁମ୍ବାଇରୁ ଗୋଟିଏ ଲେଖାଏ ଟ୍ରେନ୍‌ ପ୍ରବାସୀଙ୍କୁ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଆସୁଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ସୂଚନା ଅନୁଯାୟୀ ଆଜି ୫ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ରାଜ୍ୟର ବିଭିନ୍ନ ଷ୍ଟେସନରେ ପହଞ୍ଚିଛି। ଆନ୍ଧ୍ର ପ୍ରଦେଶର ରାୟନପାଡ଼ୁରୁ ଟିଟିଲାଗଡ଼ ଅଭିମୁଖେ ଗୋଟିଏ ଟ୍ରେନ୍‌ ଆସିଥିବା ବେଳେ ସୁରତରୁ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ରେଳ ଷ୍ଟେସନକୁ ୩ଟି ଟ୍ରେନ୍‌ ଆସିଛି। ସେହିପରି ଚେନ୍ନାଇରୁ ଏକ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଜଗନ୍ନାଥପୁରରେ ପହଞ୍ଚିଛି। ୫ଟି ଯାକ ଟ୍ରେନ୍‌ରେ ମୋଟ ୬ ହଜାର ପ୍ରବାସୀ ଓଡ଼ିଆ ଓଡ଼ିଶାରେ ପହଞ୍ଚିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର