ବ୍ରହ୍ମପୁର : ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଅବସରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଠିକ୍ ସେହିପରି ରାଜ୍ୟର ବିଭିନ୍ନ ଜେଲ୍ରେ ସଜା କାଟୁଥିବା କଏଦୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଛାଡ଼ିବା ପାଇଁ ନିଷ୍ପତ୍ତି ହୋଇଛି।
ଯେଉଁ କଏଦୀମାନେ ଦୀର୍ଘଦିନ ଧରି ସଜା କାଟୁଛନ୍ତି ଏବଂ ସେମାନଙ୍କ ଆଚାର ବ୍ୟବହାରରେ ପରିବର୍ତ୍ତନ ଆସିଛି, ସେଭଳି କଏଦୀଙ୍କୁ ଜେଲ୍ କର୍ତ୍ତୃପକ୍ଷ ଚିହ୍ନଟ କରି ତାଙ୍କର ନାମ ଜେଲ୍ ଡିଜିଙ୍କ ନିକଟରେ ଦାଖଲ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଏକ କମିଟି ଏହାକୁ ବିଚାର କରି ରାଜ୍ୟର ବିଭିନ୍ନ ଜେଲ୍ରେ ଥିବା ୧୯ଜଣ କଏଦୀଙ୍କୁ ଅଗଷ୍ଟ ୧୫ ତାରିଖରେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ତନ୍ମଧ୍ୟରେ ବ୍ରହ୍ମପୁର ମଣ୍ଡଳ କାରାଗାରର ସର୍ବାଧିକ ୬ଜଣ କଏଦୀ ରହିଛନ୍ତି। ଏମାନଙ୍କୁ ୧୫ତାରିଖରେ ଜେଲ୍ରୁ ଛଡ଼ାଯିବ ବୋଲି ସୂଚନା ମିଳିଛି। ଏମାନେ ବିଭିନ୍ନ ମାମଲାରେ ଜଡ଼ିତ ରହି ବ୍ରହ୍ମପୁର ମଣ୍ଡଳ କାରାଗାରରେ ସଜା କାଟୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/berhmapur-jail.jpg)