ଦେବଗଡ଼ : ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ ଅନ୍ତର୍ଗତ ପାଳକୁଦର ଗ୍ରାମରେ ଆଜି ରାତିରେ ରାସ୍ତାକଡରେ ନିଆଁ ପୋଉଁଥିବାବେଳେ ବୋଲେରୋ ଧକ୍କାରେ ୬ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ପାଳକୁଦର ଗ୍ରାମର ପ୍ରତାପ ବାଘ, ଦିଲ୍ଲିପ ଭଇଁଷା, ପରୀକ୍ଷିତ ବାଘ, ଅରୁଣ ଲାକ୍ରା, ଉମେଶ ବାଘ ଓ ପ୍ରକାଶ ବାଘ ଗ୍ରାମ ନିକଟରେ ରାସ୍ତା କଡରେ ରାତିରେ ଶୀତରୁ ରକ୍ଷା ପାଇଁ ନିଆଁ ପୋଉଁଥିବାବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ବୋଲେରୋ ସେମାନଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରିଛନ୍ତି । ସେଥିମଧ୍ୟରୁ ବର୍ତ୍ତମାନ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ବୋଲେରୋର ଡ୍ରାଇଭର ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/accident-640x360-680x365.jpg)