ଓଡ଼ିଶାରେ ପହଞ୍ଚିଲା ୬ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର : ଓଡ଼ିଶାକୁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ଜାରି ରହିଛି। ଗତ ୧୬ ତାରିଖ ସୁଦ୍ଧା ଓଡ଼ିଶାରେ ୫୪ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ପହଞ୍ଚିଥିବା ବେଳେ ଆଜି ଆଉ ୬ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଓଡ଼ିଶାକୁ ଆସିଛି। ସୁରତରୁ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ଷ୍ଟେସନ ଓ ବାଙ୍ଗାଲୁରୁରୁ ର୍ନିଗୁଣ୍ଡି ଷ୍ଟେସନକୁ ଦୁଇଟି ଲେଖାଏ ଟ୍ରେନ୍‌ ଆସିଛି। ଏହାବ୍ୟତୀତ ମହାରାଷ୍ଟ୍ରର ପାଲଘରଠାରୁ ଖୋର୍ଧା ଓ ଗୁଜୁରାଟର ଅହମ୍ମଦାବାଦରୁ ବାଲେଶ୍ବରକୁ ଗୋଟିଏ ଲେଖାଏ ଟ୍ରେନ୍‌ ଆସିଛି। ଉକ୍ତ ୬ଟି ଟ୍ରେନ୍‌‌ରେ ୬୫୦୦ ଯାତ୍ରୀ ଆସିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ମେ’ ୧୮ ତଥା ସୋମବାର ଦିନ ଆଉ ୪ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଓଡ଼ିଶାରେ ପହଞ୍ଚିବ। ଏଥିମଧ୍ୟରୁ ବଲାଙ୍ଗୀରକୁ ୩ଟି ଓ ବାଲେଶ୍ବରକୁ ଗୋଟିଏ ଟ୍ରେନ୍‌ ଆସିବ। ବିଶାଖାପାଟଣା, ଗୁଜୁରାଟର ରାଜକୋଟ ଓ ତାମିଲନାଡ଼ୁର ତିରୁଭାଲ୍ଲୁରରୁ ବଲାଙ୍ଗୀର ଅଭିମୁଖେ ଗୋଟିଏ ଲେଖାଏ ଟ୍ରେନ୍‌ ଆସୁଛି। ଏଥିସହ ଗତକାଲି ଗୁଜୁରାଟର ମୁରବୀରୁ ବାଲେଶ୍ବର ଅଭିମ‌ୁଖେ ବାହାରିଥିବା ଟ୍ରେନ୍‌ ମଧ୍ୟ ସୋମବାର ପହଞ୍ଚିବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର