ପୂର୍ବତଟ ରେଳପଥରେ ଗଡ଼ିବ ୬ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର : ପୂର୍ବତଟ ରେଳପଥ ପକ୍ଷରୁ ୬ଟି ଅତିରିକ୍ତ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ହୋଇଛି। ଜାନୁଆରି ୧୨ରୁ ଭୁବନେଶ୍ୱର-ପୁନେ-ଭୁବନେଶ୍ୱର ସ୍ପେସାଲ୍ ଟ୍ରେନ(୦୨୮୮୨/୦୨୮୮୧) ପ୍ରତ୍ୟେକ ମଙ୍ଗଳବାର ରାତି ୯ଟା ୩୦‌ରେ ଭୁବନେଶ୍ବରରୁ ଓ ଜାନୁଆରି ୧୪ରୁ ପୁନେରୁ ପ୍ରତ୍ୟେକ ଗୁରୁବାର ପୂର୍ବାହ୍ନ ୧୧ଟା ୧୫ରେ ଛାଡ଼ିବ। ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ(୦୨୦୭୧/୦୨୦୭୨) ଭୁବନେଶ୍ୱରରୁ ଜାନୁଆରି ୧୦ରୁ ପ୍ରତ୍ୟେକ ରବିବାର ଅପରାହ୍ନ ୧୨ଟା ୧୦ରେ ଛାଡ଼ିବାକୁ ଥିବା ବେଳେ ତିରୁପତିରୁ ଜାନୁଆରି ୧୧ରୁ ପ୍ରତ୍ୟେକ ସୋମବାର ପୂର୍ବାହ୍ନ ୧୦ଟା ୨୫ରେ ଛାଡ଼ିବ। ବିଶାଖାପାଟଣା-ସାଇନଗର ସିରିଡ଼ି-ବିଶାଖାପାଟଣା ସ୍ପେସାଲ୍ ଟ୍ରେନ(୦୮୫୦୩/୦୮୫୦୪) ବିଶାଖାପାଟଣାରୁ ଜାନୁଆରି ୧୪ରୁ ପ୍ରତ୍ୟେକ ଗୁରୁବାର ସକାଳ ୮ଟା ୨୦ରେ ଛାଡ଼ିବ ଏବଂ ଜାନୁଆରି ୧୫ରୁ ସାଇନଗର ସିରିଡ଼ିରୁ ପ୍ରତ୍ୟେକ ଶୁକ୍ରବାର ସନ୍ଧ୍ୟା ୭ଟା ୩୫ରେ ଛାଡ଼ିବ।

ବିଶାଖାପାଟଣା-କୋଲାମ-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ(୦୮୫୬୭/୦୮୫୬୮) ଜାନୁଆରି ୧୪ରୁ ବିଶାଖାପାଟଣାରୁ ପ୍ରତ୍ୟେକ ଗୁରୁବାର ସକାଳ ୭ଟା ୨୫ରେ ଛାଡ଼ିବ ଏବଂ ଜାନୁଆରି ୧୪ରୁ କୋଲାମରୁ ପ୍ରତ୍ୟେକ ଶୁକ୍ରବାର ସନ୍ଧ୍ୟା ୭ଟା ୩୫ରେ ଛାଡ଼ି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚଳାଚଳ କରିବ। ବିଶାଖାପାଟଣା-ଚେନ୍ନାଇ ସେଣ୍ଟ୍ରାଲ୍-ବିଶାଖାପାଟଣା ସ୍ପେସାଲ୍ ଟ୍ରେନ(୦୨୦୦୭/୦୨୦୦୮) ଜାନୁଆରି ୧୫ରୁ ପ୍ରତ୍ୟେକ ଶୁକ୍ରବାର ସନ୍ଧ୍ୟା ୭ଟା ୫ରେ ଛାଡ଼ିବ ଏବଂ ଚେନ୍ନାଇ ସେଣ୍ଟ୍ରାଲରୁ ଜାନୁଆରି ୧୬ରୁ ପ୍ରତ୍ୟେକ ଶନିବାର ପୂର୍ବାହ୍ନ ୧୦ଟାରେ ଛାଡ଼ି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚଳାଚଳ କରିବ। ସମ୍ବଲପୁର-ଜାମ୍ମୁ ତାୱି-ସମ୍ବଲପୁର ସ୍ପେସାଲ୍ ଟ୍ରେନ(୦୮୩୦୯/୦୮୩୧୦) ଜାନୁଆରି ୧୧ରୁ ପ୍ରତ୍ୟେକ ସୋମବାର, ମଙ୍ଗଳବାର, ଗୁରୁବାର ଓ ଶନିବାର ପୂର୍ବାହ୍ନ ୧୧ଟାରେ ଛାଡ଼ିବ ଏବଂ ଜାନୁଆରି ୧୪ରୁ ଜାମ୍ମୁ ତାୱିରୁ ପ୍ରତ୍ୟେକ ଗୁରୁବାର, ଶୁକ୍ରବାର, ରବିବାର ଓ ମଙ୍ଗଳବାର ଅପରାହ୍ନ ୨ଟା ୪୫ରେ ଛାଡ଼ି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚଳାଚଳ କରିବ।

ସମ୍ବନ୍ଧିତ ଖବର