ଭଦ୍ରକ: ସବୁଦିନ ପରି ଆଜି ବି ସ୍କୁଲ୍ ଛୁଟି ହେଲା। ମନ ଖୁସୀରେ ଘରମୁହାଁ ହେଲେ ଭଦ୍ରକର ରାଣୀତାଲ ହାଇସ୍କୁଲର ପିଲାମାନେ। କିନ୍ତୁ ଅନ୍ୟ ଦିନ ଭଳି ଘର ଅଗଣାକୁ, ମା’ କୋଳକୁ ଫେରି ପାରିଲେ ନାହିଁ ୫ ଜଣ ଛାତ୍ରଛାତ୍ରୀ। ସାଇକେଲ୍ ଧରି ରାସ୍ତା ପାର ହେଉଥିଲେ ସେମାନେ, ହଠାତ୍ ଦାନବ ଭଳି ତୀବ୍ର ବେଗରେ ମାଡ଼ି ଆସିଲା ୧୦ ଚକିଆ ଟ୍ରକ। ଟ୍ରକକୁ ପାଖରୁ ଦେଖି କିଛି କରିବା ପୂର୍ବରୁ ଧକ୍କା ଦେଇଥିଲା ଟ୍ରକଟା। ଘଟଣାସ୍ଥଳରେ ହିଁ ମା’-ବାପାଙ୍କ କୋଳକୁ ଫେରୁଥିବା ପିଲାଏ ଚାଲିଗଲେ ମୃତ୍ୟୁକୋଳକୁ ! ଆଉ ୫ ଜଣ ସୌଭାଗ୍ୟବଶତଃ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ସତ କିନ୍ତୁ ଟ୍ରକ ଧକ୍କାରେ ଗୁରୁତର ଆହତ ହୋଇଗଲେ।
/sambad/media/post_attachments/wp-content/uploads/2018/07/bdk1-300x206.jpg)
ସଂଯୋଗ ବଶତଃ ମୃତ୍ୟୁମୁଖରେ ପଡ଼ିଥିବା ସମସ୍ତ ପିଲା ପଢ଼ୁଥିଲେ ନବମ ଶ୍ରେଣୀରେ ଓ ସମସ୍ତଙ୍କ ଘର ଭଦ୍ରକ ଜିଲ୍ଲା ଅଶୁରା ହାଟସାହି ଗ୍ରାମରେ। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ। ତେଣେ ଗାଁରେ ଆରମ୍ଭ ହୋଇଯାଇଛି କାନ୍ଦବୋବାଳି।
/sambad/media/post_attachments/wp-content/uploads/2018/07/bdk-300x225.jpg)
ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ ରାଣୀତାଲ ହାଇ ସ୍କୁଲ ଛୁଟି ହେବା ପରେ ଛାତ୍ରଛାତ୍ରୀ ଘରକୁ ଫେରୁଥିଲେ। ଏହି ସମୟରେ ରାହାଞ୍ଜ ଛକ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ ୧୦ ଚକିଆ ଟ୍ରକ ରାସ୍ତା ପାର ହେଉଥିବା ପିଲାମାନଙ୍କୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଓ ୫ ଜଣ ଗୁରୁତର ହୋଇଥିଲେ। ମୃତକ ମାନେ ହେଲେ ସତ୍ୟବ୍ରତ ବାରିକ, କଳ୍ପନା ଜେନା, କେତା ସାହୁ, ସୁକାନ୍ତ ସାହୁ ଓ ପ୍ରିୟମ୍ବଦା ମହାନ୍ତି ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅନ୍ୟ ଗୁରୁତର ଛାତ୍ରଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ୨ ଛାତ୍ରଛାତ୍ରୀଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେଣେ ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପରେ ଧରାପଡ଼ିଛି।
/sambad/media/post_attachments/wp-content/uploads/2018/07/22326fd8-051f-439d-8d3a-58dee2d4e988-300x239.jpg)
ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତେଜିତ ଲୋକେ ଜାତୀୟ ରାଜପଥରେ ଯାନବାହନ ଚଳାଚଳକୁ ବନ୍ଦ କରି ଦେଇଥିଲେ। ଏହାପରେ ଦୁର୍ଘଟଣା ଘଟାଇଥିବା ଟ୍ରକରେ ନିଅାଁ ଲଗାଇ ଦେଇଥିଲେ। ରାସ୍ତା ଅବରୋଧ ହେବା ପରେ ପରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଛି। ଭଦ୍ରକ ଜିଲ୍ଲାପାଳ, ଏସପି ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନିୟଣନ୍ତ୍ର ଆଣଇବାକୁ ଉଦ୍ୟମ ଜାରି ରଖିଛନ୍ତି।
ଭଦ୍ରକ ରାହାଞ୍ଜ ନିକଟ ଦୁର୍ଘଟଣାରେ ୫ ସ୍କୁଲପିଲା ମୃତ୍ୟୁ ଘଟଣାରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁ କହିଛନ୍ତି କି କେଉଁ କାରଣରୁ ଦୁର୍ଘଟଣା ଘଟିଲା ଅନୁଧ୍ୟାନ କରାଯିବ, ଅନୁଧ୍ୟାନ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ; ଦୁର୍ଘଟଣାସ୍ଥଳ ବ୍ଲାକ୍ସସ୍ପଟ୍ ଅନ୍ତର୍ଭୁକ୍ତ କି ନୁହେଁ ସମୀକ୍ଷା ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/BDK-cycle.jpg)