ମେ’ ୨୩ ଯାଏ ୬ ଯୋଡ଼ା ଟ୍ରେନ୍‌ ବାତିଲ୍‌

ଭୁବ‌ନେଶ୍ବର : ଓଡ଼ିଶା ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶା‌ବଳୀ ଅନୁଯାୟୀ ଓ କମ୍‌ ଯାତ୍ରୀ ହେଉଥିବାରୁ ପୂର୍ବତଟ ରେଳପଥ ପକ୍ଷରୁ ମେ’ ୨୩ ପର୍ଯ୍ୟନ୍ତ ୬ ଯୋଡ଼ା ପାସେଞ୍ଜର/ମେମୁ ଟ୍ରେନ୍‌କୁ ଉଭୟ ଦିଗରୁ ବା‌ତିଲ୍‌ କରିବାକୁ ନିଷ୍ପତ୍ତି ହୋଇଛି।

ଉକ୍ତ ଟ୍ରେନ୍‌ଗୁଡ଼ିକ ହେଲା ଭୁବନେଶ୍ବର-କେନ୍ଦୁଝରଗଡ଼-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍‌(୦୮୪୫୬/୦୮୪୫୫), ଭୁବନେଶ୍ବର-ଭଦ୍ରକ- ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ(୦୮୪୧୨/୦୮୪୧୧), କଟକ-ଭଦ୍ରକ-କଟକ ସ୍ବତନ୍ତ୍ର ଟ୍ରେନ(୦୮୪୩୮/୦୮୪୩୭), କଟକ-ପାରାଦୀପ-କଟକ ବିଶେଷ ଟ୍ରେନ(୦୮୪୬୧/୦୮୪୬୨), କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ(୦୮୪୫୪/୦୮୪୫୩) ଓ ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ସ୍ବତନ୍ତ୍ର ଟ୍ରେନ(୦୮୫୨୮/୦୮୫୨୭)। ଏହାବ୍ୟତୀତ ୩ଟି ସ୍ଥାନୀୟ ପାସେଞ୍ଜର/ମେମୁ ସ୍ବତନ୍ତ୍ର ଟ୍ରେନ୍ ମେ’ ୧୪ରେ ଉଭୟ ଦିଗରୁ ବାତିଲ ରହିବ। ଏହି ଟ୍ରେନ୍‌ଗୁଡ଼ିକ ହେଲା ପୁରୀ-ଅନୁଗୁଳ-ପୁରୀ ସ୍ବତନ୍ତ୍ର ଟ୍ରେନ(୦୮୪୨୮/୦୮୪୨୭), ପୁରୀ-କଟକ-ପୁରୀ ବିଶେଷ ଟ୍ରେନ(୦୮୪୩୨/୦୮୪୩୧), ଭୁବନେଶ୍ବର-ପଲାସା-ଭୁବନେଶ୍ବର ବିଶେଷ ଟ୍ରେନ(୦୮୪୩୩/୦୮୪୩୪)। ସେହିପରି ତିନି ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ଆଂଶିକ ବାତିଲ୍ ରହିବ।

ଉକ୍ତ ଟ୍ରେନ୍‌ଗୁଡ଼ିକ ହେଲା ପୁରୀ-ଅନୁଗୁଳ-ପୁରୀ ସ୍ବତନ୍ତ୍ର ଟ୍ରେନ୍‌(୦୮୪୨୮/୦୮୪୨୭) ମେ’, ୧୩, ୧୭ ଓ ୨୨ରେ ଉଭୟ ଦିଗରୁ ପୁରୀ ଓ ତାଳଚେର ମଧ୍ୟରେ ଚଳାଚଳ କରିବ ଏବଂ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ ରହିବ। ଭୁବନେଶ୍ବର-ଜୁନାଗଡ଼ ରୋଡ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍‌(୦୨୦୦୯୭/୦୨୦୯୮) ମେ’ ୧୩ରୁ ୨୨ ମଧ୍ୟରେ ଭୁବନେଶ୍ବରରୁ ଏବଂ ଜୁନାଗଡ଼ ରୋଡ଼ରୁ ମେ’ ୧୪ରୁ ୨୩ ମଧ୍ୟରେ ଉଭୟ ପାର୍ଶ୍ବରୁ ଭୁବନେଶ୍ବର ଓ ରାୟଗଡ଼ା ମଧ୍ୟରେ ଚଳାଚଳ କରିବ। ରାୟଗଡ଼ା ଓ ଜୁନାଗଡ଼ ରୋଡ ମଧ୍ୟରେ ବାତିଲ ରହିବ। ସମ୍ବଲପୁର-ରାୟଗଡା-ସମ୍ବଲପୁର ସ୍ବତନ୍ତ୍ର ଟ୍ରେନ୍‌(୦୮୩୦୧/୦୮୩୦୨) ମେ’ ୧୩ରୁ ୨୩ ମଧ୍ୟରେ ଉଭୟ ପାର୍ଶ୍ବରୁ ସମ୍ବଲପୁର ଓ ଟିଟିଲାଗଡ ମଧ୍ୟରେ ଚଳାଚଳ କରିବ। ଟିଟିଲାଗଡ ଓ ରାୟଗଡା ମଧ୍ୟରେ ବାତିଲ ରହିବ।

ସମ୍ବନ୍ଧିତ ଖବର