ଦୀପାବଳି ପରେ ଖୋଲିବ ଷଷ୍ଠ, ୭ମ ଶ୍ରେଣୀ

ଭୁବନେଶ୍ବର : ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ। କରୋନା କଟକଣା ମଧ୍ୟରେ ପିଲାମାନଙ୍କ ପାଠପଢ଼ା ହେବ। ତେବେ କେବେ ଖୋଲିବ ସେନେଇ ନିଷ୍ପତ୍ତି ହୋଇନି। ଏବେ କେବଳ ବିଚାରବିମର୍ଶ ଜାରି ରହିଛି। ସ୍ଥିତିରେ ସାମାନ୍ୟ ସୁଧାର ଆସିଲେ ପର୍ଯ୍ୟାୟକ୍ରମେ ଅନ୍ୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଶ୍ରୀ ଦାଶ ଆହୁରି କହିଛନ୍ତି ଯେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା କ୍ଲାସରୁମ୍‌ ପାଠପଢ଼ା ଏବେ ହୋଇପାରିବ ନାହିଁ। ପ୍ରଥମ ଶ୍ରେଣୀ ପିଲା କରୋନା ଗାଇଡଲାଇନ୍ ସମ୍ପର୍କରେ ଜାଣିପାରିବେ ନାହିଁ। ସାମା‌ଜିକ ଦୂରତା ରହିବନି। ସାନିଟାଇଜର, ହାତ ଧୋ‌ଇବା ଆଦି ଛୋଟ ପିଲାଙ୍କ ମଧ୍ୟରେ କରାଇବା ସମ୍ଭବପର ହେବ ନାହିଁ। ତେଣୁ ନୂଆବର୍ଷ ପରେ ସ୍ଥିତିକୁ ନଜରରେ ରଖି ପ୍ରଥମରୁ ୫ମ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ପାଠପଢା ହେବା ନେଇ ଆଶା ରହିଛି। ନଭେମ୍ବର ମାସ ମଧ୍ୟରେ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ପ୍ରାୟ ୧୬ ହଜାର ଶିକ୍ଷକ ପଦ ପୂରଣ ହେବ। ୨୦୨୨ରୁ ଆଉ ଶିକ୍ଷକ ଅଭାବ ସମସ୍ୟା ରହିବ ନାହିଁ। ଦରଦାମ ବୃଦ୍ଧି ପାଇଁ ମଧ୍ୟାହ୍ନ ଭୋଜନ ପ୍ରଭାବିତ ହେଉଥିବା ମନ୍ତ୍ରୀ ଶ୍ରୀ ଦାଶ ସ୍ବୀକାର କରିଛନ୍ତି ମନ୍ତ୍ରୀ। ତେବେ ଏହା ଜାତୀୟ ନୀତି ହୋଇଥିବାରୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ କେନ୍ଦ୍ର ସରକାରକୁ ଅବଗତ କରାଯାଇଥିବା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର