ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଲା ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିଥିବା ମହିଳାଙ୍କ ସ୍କେଚ୍

ଭୁବନେଶ୍ଵର: ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା ପରେ ପୁଲିସ ପ୍ରସ୍ତୁତ କରିଥିବା ସ୍କେଚକୁ ଜନଗହଳିପୂର୍ଣ୍ଣ ବିଭିନ୍ନ ସ୍ଥାନରେ ଲଗାଇଛି | ପୋଷ୍ଟରରେ ମହିଳାଙ୍କ ବୟସ, ଉଚ୍ଚତା ଓ ଅନ୍ୟାନ୍ୟ ତଥ୍ୟ ଦିଆଯାଇଛି । ପୂର୍ବରୁ କଙ୍କାଳ ମିଳିଥିବା ମହିଳାଙ୍କ ସ୍କେଚ୍ ଜାରି କରିଥିଲା ପୁଲିସ । ଜାରି ହୋଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ଯେ ସେପ୍ଟେମ୍ବରରୁ ଡିସେମ୍ବର ୨୦୨୦ ମଧ୍ୟରେ ମହିଳା ଜଣଙ୍କ ନିଖୋଜ ହୋଇଥିବା ଅନୁମାନ କରାଯାଉଛି ।

ମହିଳାଙ୍କ ବୟସ ପ୍ରାୟ ୩୫ରୁ ୪୫ ବର୍ଷ ହେବା ନେଇ ମଧ୍ୟ ଅନୁମାନ କରାଯାଇଛି । ମହିଳା ଜଣଙ୍କ ଯକ୍ଷ୍ମା ରୋଗାକ୍ରାନ୍ତ ଥିବା ନେଇ ମଧ୍ୟ ପୋଷ୍ଟରରେ ସୂଚନା ଦିଆଯାଇଛି । ଏହା ସହ ମହିଳାଙ୍କ ଉଚ୍ଚତା ୧୬୪ ସେମି, କଳା ରଙ୍ଗର ମୁଣ୍ଡ ବାଳ ପ୍ରାୟ ୩୫ ସେମି ଲମ୍ବ ଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଏପରିକି ଡାହାଣ ହାତରେ ଚାରୋଟି ଆଲୁମିନିୟମ ଚୁଡ଼ି, ମହିଳା ଜଣଙ୍କ ସ୍ୱେଟର ପିନ୍ଧିଥିବା ପୋଷ୍ଟରରେ ସୂଚନା ଦିଆଯାଇଛି । ଯିଏ କେହି ମହିଳାଙ୍କ ବିଷୟରେ ପୁଲିସକୁ ସୂଚନା ଦେବ ତାଙ୍କ ପରିଚୟ ଗୋପନୀୟ ରଖାଯିବ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର