ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ମଣିଷ କଙ୍କାଳ ଠାବ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଇଆରସି ଭିଲେଜ ହାଇସ୍କୁଲ ପଛପଟୁ ମଣିଷ କଙ୍କାଳ ଠାବ ହୋଇଛି। ଏକ ପଲିଥିନରେ ହାଡ଼ ଓ ଖପୁରିବନ୍ଧା ହୋଇ ପଡ଼ିଥିବା ଜଣାଯାଇଛି। ଆଜି ସକାଳେ ଆଇଆରସି ଭିଲେଜ ହାଇସ୍କୁଲ ପଛପଟେ ଏକ ମଣିଷ କଙ୍କାଳ ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ ।ସେମାନେ ଏସଂପର୍କରେ ପୁଲିସକୁ ଖବର ଦେଇଥିଲେ।

Advertisment

ଖବର ପାଇ ଘଟଣାସ୍ଥଳରେ ନୟାପଲ୍ଲୀ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ଏହାପରେ ପୁଲିସ କଙ୍କାଳକୁ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ସେଠାରେ ଉକ୍ତ କଙ୍କାଳର ଡିଏନଏ ଟେଷ୍ଟ କରାଯିବ ବୋଲି ଜଣାଯାଇଛି।