ସ୍କିଲ୍‌ ଇନ୍ ଓଡ଼ିଶା ବିଶ୍ବରେ ବ୍ରାଣ୍ଡ ହୋଇଛି: ଦକ୍ଷତା ବିକାଶ ମନ୍ତ୍ରୀ

ଭୁବନେଶ୍ବର : ଦେଶର ୧୦୦ଟି ସର୍ବଶ୍ରେଷ୍ଠ ଆଇଟିଆଇ ଅନୁଷ୍ଠାନ ମଧ୍ୟରେ ଓଡ଼ିଶାର ୬ଟି ସ୍ଥାନ ପାଇଛନ୍ତି। ଆମ ରାଜ୍ୟରେ ଦକ୍ଷତା ତାଲିମ୍ ନେଇଥିବା ପିଲା ଏବେ ସାରା ବିଶ୍ବରେ କାମ କରୁଛନ୍ତି। ସ୍କିଲ୍‌ ଇନ୍ ଓଡ଼ିଶା ବିଶ୍ବରେ ବ୍ରାଣ୍ଡ ହୋଇଛି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଂଜନ ଘଡ଼େଇ କହିଛନ୍ତି।

ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗର କାର୍ଯ୍ୟ ସମୀକ୍ଷା କରିବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଘଡ଼େଇ କହିଥିଲେ, ଭବିଷ୍ୟତର କୌଶଳ ଏବଂ ନୂତନ ଯୁଗର ପାଠ୍ୟକ୍ରମରେ ଦକ୍ଷତା ପ୍ରଦାନ ପାଇଁ ରାଜ୍ୟ ବଜେଟ୍‌ରେ ଚଳିତବର୍ଷ ନୂତନ ଉନ୍ନତ ଅଭିଳାଷ (ଏନ୍‌ୟୁଏ) ଯୋଜନାରେ ୧୦୦କୋଟି ଟଙ୍କା ଆବଣ୍ଟନ କରାଯାଇଛି। କ୍ଲାଉଡ୍ କମ୍ପ୍ୟୁଟିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଅଗମେଣ୍ଟେଡ୍ ରିଅଲିଟି-ଭର୍ଚୁଆଲ ରିଅଲିଟି, ଡାଟା ସାଇନ୍ସ ଏବଂ ଥ୍ରିଡି ପେଣ୍ଟିଂ ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଏକ ଲକ୍ଷ ଯୁବକଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହ ମନ୍ତ୍ରୀ ବିଭାଗର ଗତ ୪ବର୍ଷର ସଫଳତା ବିଷୟରେ କହିଥିଲେ। ଏହି ଅବସରରେ ବିଭାଗର ପ୍ରମୁଖସଚିବ ଉଷା ପାଢ଼ୀ ପିପିଟି ମାଧ୍ୟମରେ ଯୋଜନାୱାରି ସଫଳତା ବର୍ଣ୍ଣନା କରିଥିଲେ।

ସମ୍ବନ୍ଧିତ ଖବର