ଦେବଗଡ଼: ଦେବଗଡ଼ ଜିଲ୍ଲା ପୁରୁଣାଗଡ଼ଠାରେ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକବିଂଶ ଶତାବ୍ଦୀର ଯୁବକଯୁବତୀମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସ୍କିଲ୍ ଇଣ୍ଡିଆ ସେଣ୍ଟର ଖୋଲାଯାଇଛି। ଏହି ସେଣ୍ଟରରେ ୧୦ଟି ବିଭାଗର ସ୍କିଲ ଟ୍ରେନିଂର ବ୍ୟବସ୍ଥା କରଯାଇଛି।
ସ୍ଥାନୀୟ ଅଞ୍ଚଳର ଯୁବକଯୁବତୀମାନେ ଏହାଦ୍ୱାରା ନିଜର ଦକ୍ଷତା ବଢାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଓ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁଙ୍କ ସମେତ ଅନ୍ୟ ନେତାମାନେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/GHFL0qAWQAAbE_S-750x430-1.jpg)